oom

ଇପିଏଫ୍‌ର ‘ପ୍ରୟାସ’ ପେନ୍‌ସନ୍‌ ଯୋଜନାର ଶୁଭାରମ୍ଭ

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସିମେଣ୍ଟ କାରଖାନାଠାରେ ଏମ୍‌ପ୍ଲୋଇ ପ୍ରୋଭିଡେଣ୍ଟ ଫଣ୍ଡ (ଇପିଏଫ୍‌) ରାଉରକେଲା ପକ୍ଷରୁ ‘ପ୍ରୟାସ’ ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନାରେ ଜଣେ କିରଖାନା ବା ଇପିଏଫ ପେନ୍‌ସନ୍‌ ପାଇଁ ଯୋଗ୍ୟ କର୍ମଚାରୀଙ୍କୁ ଅବସର ଗ୍ରହଣ ଦିନରେ ହିଁ ପେନ୍‌ସନ୍‌ ବ୍ୟବସ୍ଥା ହୋଇପାରିବ । ଏହି ଅବସରରେ ବରଗଡ଼ ସିମେଣ୍ଟ କାରଖାନା ପରିସରରେ ଅନୁଷ୍ଠିତ ଶୁଭାରମ୍ଭ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଉରକେଲା ସ୍ଥିତ ଆଞ୍ଚଳିକ ଭବିଷ୍ୟନିଧି ପାଣ୍ଠିର ଆୟୁକ୍ତ ଜୟ କୁମାର ଯୋଗଦେଇ ପ୍ରଥମ କରି ଅବସର ଗ୍ରହଣ ଦିନ ପେନ୍‌ସନ୍‌ କାର୍ଡ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅରବିନ୍ଦ ପ୍ରଧାନ, ସମ୍ବଲପୁରର ନିର୍ବାହୀ ଅଧିକାରୀ (ପିଏଫ) ବିଶ୍ବନାଥ ତିର୍କି, ବରଗଡ଼ ସିମେଣ୍ଟ କାରଖାନାର ପ୍ଲାଣ୍ଟ ନିର୍ଦ୍ଦେଶକ ଅଙ୍କୁର ଅଗ୍ରୱାଲ, ଏଚଆର ଦିନେଶ କୁମାର ପାଠକ, ହୀରା ସିମେଣ୍ଟ ଶ୍ରମିକ ସଂଘର ସଭାପତି ମହେନ୍ଦ୍ର କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ସଭାକୁ ଦୁର୍ଗା ପ୍ରସାଦ ଦାସ ଏବଂ ଶ୍ରୀହରି ନାୟକ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.