ଅବସରପ୍ରାପ୍ତ କର୍ମଚାରୀ ସଂଘର ନିଃଶୁକ୍ଳ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲନଗର ସ୍ଥିତ ରାଉରକେଲା ଇସ୍ପାତ କାରଖାନା ଅବସରପ୍ରାପ୍ତ କର୍ମଚାରୀ ସଂଘ ଓ ଭୁବନେଶ୍ୱରର କଳିଙ୍ଗ ହସପିଟାଲ ଲିମିଟେଡ୍‌ର ମିଳିତ ଆନୁକୂଲ୍ୟରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଅଂଚଳର ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ଲୋକେ ଏହି ଚିକିତ୍ସା ଶିବିରରୁ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇବା ସହ ଆବଶ୍ୟକୀୟ ପରାମର୍ଶ ଗ୍ରହଣ କରିଥିଲେ । କଳିଙ୍ଗ ହସପିଟାଲର କାର୍ଡିଓଲୋଜିଷ୍ଟ ଡାକ୍ତର ସୁଶାନ୍ତ ସାହିଲ, ଅର୍ଥୋର ଡାକ୍ତର ଗଙ୍ଗାଧର ବେହେରା, ଡାଏବେଟିସ ଡାକ୍ତର ମନୋରଞ୍ଜନ ତ୍ରିପାଠୀ, ୟୁରୋଲୋଜିଷ୍ଟ ଡାକ୍ତର ସୁକାନ୍ତ ପାଢୀ, ଗ୍ୟାଷ୍ଟ୍ରୋ ଡାକ୍ତର ଶକ୍ତିପ୍ରସାଦ ଚୌଧୁରୀ, ପ୍ଲାଷ୍ଟିକ ସର୍ଜରୀ ଡାକ୍ତର ଅକ୍ଷୟ ରାଉତ ଓ ରାଜେନ୍ଦ୍ର ପ୍ରସାଦ ମାଝୀ, ଅଞ୍ଜୁ କୁମାରୀ ସାହୁ, ସୀମା ସାହୁ ପ୍ରମୁଖ ଜନସାଧାରଣଙ୍କ ଚିକିତ୍ସା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ଅଭୟ କୁମାର ଦାସ, ଉପସଭାପତି ସୁବାସଚନ୍ଦ୍ର ଦାସ ଓ ଶତୃଘ୍ନ ଜେନା, ସାଧାରଣ ସଂପାଦକ କପିଳେଶ୍ବର ମହାରଣା, ଅନିରୁଦ୍ଧ ଦାସ, ପି.କେ.ସିଂହ, କେ.ବି.ମହାପାତ୍ର, ବି.ସି.ନାୟକ, ଇନ୍ଦରଜିତ ସିଂହ, ପ୍ରେମାନନ୍ଦ ସାମଲ, ଧରଣୀଧର ସାମଲ, ଅରବିନ୍ଦ ପାତ୍ର, ଚାନ୍ଦମଣି ବେଉରା, ସ୍ବର୍ଣ୍ଣଲତା ସାମଲ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.