oom

ବିଧାୟକ ସରୋଜ କୁମାର ମେହେରଙ୍କ ଦ୍ଵାରା ନବନିର୍ମିତ ଜାମଜୌରି ସେତୁର ଉଦଘାଟନ : ୧୦ ଖଣ୍ଡ ଗ୍ରାମର ଲୋକେ ଉପକୃତ ହେବେ

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ଘସିଏନ ନିକଟସ୍ଥ ଜାମଜୌରି ନାଳ ଉପରେ ରାଜ୍ୟ ସରକାରଙ୍କ ବିଜୁ ସେତୁ ଯୋଜନାରେ ନବ ନିର୍ମିତ ବିଜୁସେତୁର ଶୁଭ ଉଦଘାଟନ ବିଧାୟକ ସରୋଜ କୁମାର ମେହେରଙ୍କ ଦ୍ଵାରା ହୋଇଯାଇଛି ।

୪୧୮.୦୭ ଲକ୍ଷ ଟଙ୍କା ଅଟକଳ ବ୍ୟୟରେ ନବ ନିର୍ମିତ ସେତୁ ଗ୍ରାମ୍ୟ ଉନ୍ନୟନ ବିଭାଗ ତତ୍ତ୍ଵାବଧାନରେ ନିର୍ମାଣ କାର୍ଯ୍ୟ ଶେଷ କରାଯାଇଥିବା ବେଳେ ପ୍ରାୟ ୧୦ ଖଣ୍ଡ ଗ୍ରାମ ଛେଲଖାଇ, ଅଏଲାତୁଙ୍ଗା, ଘୁମେର, ଜାଲପାଲି, ତମିଆଁ, ଫଟାମୁଣ୍ଡା, ଲଡଙ୍ଗାଭଟା, ପାଣ୍ଡେସରା, ବାଗବାହାଲି ଆଦି ଗ୍ରାମର ଲୋକେ ଉପକୃତ ହେବେ ବୋଲି ଜଣାପଡିଛି ।

jittmm
Leave A Reply

Your email address will not be published.