oom

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପ୍ରଭାତ ଫେରି ଏବଂ ଆଇନ ସଚେତନତା କାର୍ଯ୍ୟକ୍ରମ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଉପଲକ୍ଷେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ପ୍ରାଧିକରଣ ସଚିବ ଦେବାଶିଷ ଦାଶଙ୍କ ତତ୍ତ୍ୱାବଧାନରେ ଏବଂ ବଲାଙ୍ଗିର ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ କେଶବ ମେହେରଙ୍କ ସହଯୋଗରେ ଏକ ପ୍ରଭାତ ଫେରି ସ୍ଥାନୀୟ ସିଭିଲ୍‌ କୋର୍ଟରୁ ଆରମ୍ଭ ହୋଇ ବଲାଙ୍ଗିର ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଦେଇ ପୁଣି ସିଭିଲ୍‌ କୋର୍ଟରେ ପହଂଚିଥିଲା । ଏହାପରେ ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍‌ ଲୋକନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ କାରାଗାରରେ ବାନ୍ଦୀ ଥିବା ଅନ୍ତେବାସୀଙ୍କ ଉପଲକ୍ଷେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ବିଭିନ୍ନ ଆଇନ ସଂବନ୍ଧୀୟ ବିସ୍ତୃତ ତଥ୍ୟ ପ୍ରଦାନ କରାଯାଇଥିଲା । ଏହି ଶିବିରରେ ଭିଜିଲାନ୍ସ ଜଜ୍‌ ଶ୍ରୀମତୀ ଅଜନ୍ତା ଷଡ଼ଙ୍ଗୀ, ଏଡିଜେ ଦେବାଶିଷ ରାଉତ, ଏସ୍‌ଡିଜେଏମ୍‌ କୈଳାସ ସାହୁ, କନିଷ୍ଠ ସିଭିଲ ଜଜ୍‌ ଶ୍ରୀମତୀ ସସ୍ମିତା ସେଠୀ, ରେଜିଷ୍ଟ୍ରାର ଅମିତ ବାରିକ, ଏସ୍‌ଜେଏମ୍‌ ରମେଶ ଚନ୍ଦ୍ର ରାୟଗୁରୁ ଏବଂ ଜେଏମ୍‌ଏଫ୍‌ସି ପ୍ରକାଶ କର ପ୍ରମୁଖ ଯୋଗ ଦେଇଥିଲେ । ଏହାପରେ ଜେଲ୍‌ ଅନ୍ତେବାସୀ ମାନଙ୍କ ଦ୍ୱାରା ତିଆରି କରାଯାଇଥିବା ବିଭିନ୍ନ ଦ୍ରବ୍ୟ ଗୁଡ଼ିକର ମେଳା ଆୟୋଜନ ହୋଇଥିଲା । ଏହି ମେଳାରେ ପ୍ରଦର୍ଶିତ ବିଭିନ୍ନ ଦ୍ରବ୍ୟ ବିକ୍ରି କରାଯାଇଥିଲା ।

jittmm
Leave A Reply

Your email address will not be published.