csstore

ପୁଝାରୀପାଲି ଗ୍ରାମ୍ୟ ବିଦ୍ୟାଳୟ ପରିଦର୍ଶନରେ ପରିଚାଳନା କମିଟି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଦ୍ୟାଳୟ ପରିଚାଳନା କମିଟି ତାଲିମ ଶିବିରକୁ ଅଧିକ ସଫଳ କରିବା ପାଇଁ ଗତକାଲି ଲଖମରା ପଞ୍ଚାୟତର ସମସ୍ତ ବିଦ୍ୟାଳୟ ସ୍କୁଲ ପରିଚାଳନା କମିଟିର ସମସ୍ତ ସଦସ୍ୟ ମାନେ ପୁଝାରୀପାଲି ଗାଁର ବାସ୍ତବତା ପରିଦର୍ଶନ କରିଥିଲେ । ଉକ୍ତ ସଦସ୍ୟ ସଦସ୍ୟା ମାନଙ୍କୁ ସି.ଆର.ସି.ସି ସୁବାସ ଚନ୍ଦ୍ର ସାହୁ, ଶିକ୍ଷକ ଛାୟା କାନ୍ତ ଦେବତା, ରୋଶନ ବନିଆ, ପୁରୁଷୋତ୍ତମ ରାଉତ, ସେନ କୁମାର ସାହୁ, ସୁରେଶ ସାହୁ ଏବଂ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗିତାଞ୍ଜଳି ଭୋଇ ଜଣେ ଆଦର୍ଶ ବିଦ୍ୟାଳୟ ଗଢିବା ପାଇଁ ପରିଚାଳନା କମିଟିର କଣ ଦାୟିତ୍ଵ ରହିଛି ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଆସିଥିବା ସମସ୍ତ ବିଦ୍ୟାଳୟର ସଦସ୍ୟ ସଦସ୍ୟା ମାନେ ପୁଝାରୀପାଲି ଗାଁ ଓ ବିଦ୍ୟାଳୟର ପରିବେଶ ସରସ, ସୁନ୍ଦର, ସ୍ବଛ, ଶୈକ୍ଷକ ପରିବେଶ ସଭିଙ୍କ ମନ ମୁଗ୍ଧ କରିଥିଲା ପରିଶେଷରେ ସମସ୍ତ ବିଦ୍ୟାଳୟକୁ କିପରି ଗୋଟିଏ ଗୋଟିଏ ଆଦର୍ଶ ବିଦ୍ୟାଳୟ ଗଢି ତୋଳିବେ ସେ ନେଇ ପ୍ରତିଶୃତିବଦ୍ଧ ହୋଇଥିଲେ ।

jayashree
Leave A Reply

Your email address will not be published.