pakka

ଡୁମ୍ବେରବାହାଲ ସ୍କୁଲରେ ବିଦ୍ୟାଳୟ ପରିଚାଳନା କମିଟିର ତାଲିମ ଶିବିର ଅନୁଷ୍ଠିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମାଣ୍ଡୋସିଲ କ୍ଲଷ୍ଟର ଅନ୍ତର୍ଗତ ଡୁମ୍ଵେରବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତିନିଦିନିଆ ବିଦ୍ୟାଳୟ ପରିଚାଳନା କମିଟିର ତାଲିମ ଶିବିର ୨୦୨୧ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଚେରେଙ୍ଗାଝାଞ୍ଜ ସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସଦାନନ୍ଦ ସାହୁ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିବା ବେଳେ ଡୁମ୍ବେରବାହାଲ ସ୍କୁଲ ପରିଚାଳନା କମିଟି ସଭାପତି ବନବାସ ସାହୁ ସ୍ବାଗତ ଭାଷଣ ଦେଇଥିଲେ । ଏଥିରେ ଡୁମ୍ଵେରବାହାଲ ସ୍କୁଲର ପ୍ରଧାନ ଶିକ୍ଷକ ହୃଷିକେଶ ବାଗ ଓ ଢେଙ୍କିମୁଣ୍ଡା ସ୍କୁଲର ସହକାରୀ ଶିକ୍ଷକ ବାବୁଲାଲ ଧରୁଆ ପ୍ରଶିକ୍ଷକ ଭାବେ ଯୋଗ ଦେଇ ତିନିଦିନ ଧରି ଏହି ଶିବିରକୁ ପରିଚାଳନା କରିବା ସହିତ ବିଦ୍ୟାଳୟ ପରିଚାଳନା କମିଟିର ଆବଶ୍ୟକତା, ଭୂମିକା ସମ୍ପର୍କରେ ଅତି ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ମାଣ୍ଡୋସିଲ ସିଆରସିସି ରାଧେଶ୍ୟାମ ପଟେଲ ପ୍ରତିଦିନ ଏହାକୁ ତଦାରଖ କରୁଥିଲେ । ଏହି ଶିବିରରେ ଡୁମ୍ବେରବାହାଲ, ଦର୍ଲିପଡା, ଚୁହୁରିପଡା ଓ ନୂଆପଡ଼ା ସ୍କୁଲର ଶିକ୍ଷକ ଏବଂ ପରିଚାଳନା କମିଟିର ସଦସ୍ୟମାନେ ଯୋଗ ଦେଇଥିଲେ ।

jay balangir
Leave A Reply

Your email address will not be published.

eighteen − 2 =

error: Content is protected !!