ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ଘଟଣା : ଅଭିଯୁକ୍ତ ପୋଲିସଙ୍କୁ ଗିରଫ ଦାବୀ କଲା ସମ୍ବିଧାନ ସୁରକ୍ଷା ମଂଚ

ବରଗଡ଼, (ସତ୍ୟନାରାୟଣ ପ୍ୟଧାନ) : ବରଗଡ଼ର ହାଜତ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ପୋଲସି କର୍ମୀଙ୍କ ନାମରେ ୩୦୨ କେସ ରୁଜୁ କରି ତୁରନ୍ତ ଗିରଫ କରିବାକୁ ସମ୍ବିଧାନ ସୁରକ୍ଷା ମଂଚ ରାଜ୍ୟପାଳଙ୍କୁ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଥିଲେ । ସେହିପରି ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଦାବୀ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳ ଅଫିସ ଆଗରେ ସମ୍ବିଧାନ ସୁରକ୍ଷା ମଂଚର ସଭ୍ୟମାନେ ଧାରଣାରେ ବସିଥିଲେ । ଗୋବିନ୍ଦ କୁମ୍ଭାରଙ୍କ ମୃତ୍ୟୁକୁ ନେଇ ବରଗଡ଼ରେ ଜନ ଆକ୍ରୋଶ ଦେଖା ଦେଇଥିଲା, ଏପରିକି ପୋଲିସ ନିର୍ଦୟ ଭାବେ ଲାଠି ଚାଳନା କରିଥିଲା ଯାହାକୁ ସମସ୍ତେ ନିନ୍ଦା କରିଥିଲେ । ଆବାହକ ପବିତ୍ର ଦେହେରି, ରମେଶ ମହାପାତ୍ର, ଜ୍ୟୋସ୍ନା ପାଇକ, ମରିୟମ ବାର୍ଲା, ବାସ୍ମତି ବଂଛୋର, ଭବାନୀ ସାହୁ, ଅମିତାଭ ପାତ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଅତିରିକ୍ତ ଜିଲ୍ଲାପାଳ ମିର୍ଧା ଟୋପ୍ପୋ ସ୍ମାରକ ପତ୍ର ଗ୍ରହଣ କରିଥିଲେ ।

Leave A Reply

Your email address will not be published.