oom

ବଲାଙ୍ଗିର ଜିଲ୍ଲା ପୂର୍ବତନ ସୈନକ ସଂଘର ସମ୍ପାଦକ ପ୍ରତାପ ଚନ୍ଦ୍ର ରଥଙ୍କ ଦ୍ୱାରା ସହିଦ ପ୍ରତିମୂର୍ତ୍ତି ଉନ୍ମୋଚିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ କୁଟାସିଂହା ଗ୍ରାମପଞ୍ଚାୟତ ଅଧିନସ୍ଥ ତେନ୍ତୁଲି ଗ୍ରାମରେ ସହିଦ ସୁମନ୍ତ ପଧାନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ତଥା ସହିଦ ପରିବାରଙ୍କ ମିଳିତ ଉଦ୍ୟମରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ତଥା ସହିଦ ସୁମନ୍ତ ପଧାନଙ୍କ ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ପୂର୍ବତନ ସୈନକ ସଂଘର ସମ୍ପାଦକ ପ୍ରତାପ ଚନ୍ଦ୍ର ରଥ ମୁଖ୍ୟ ଅତିଥି ଭାରରେ ଯୋଗଦାନ କରି ସହିଦ ସୁମନ୍ତଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ସଂଘର ସଭାପତି ବିଭୂତି ଭୂଷଣ ପାଣିଗ୍ରାହୀ, ଆଗଲପୁର ବ୍ଲକ ଉପାଧ୍ୟକ୍ଷ ମନମୋହନ ପଟେଲ, ସ୍ଥାନୀୟ ସରପଞ୍ଚ ସସ୍ମିତା ମେହେର, ଅଧ୍ୟାପିକା କଲ୍ୟାଣୀ ମିଶ୍ର, ସହିଦ ସୁମନ୍ତ ପଧାନଙ୍କ ବିଧବା ପତ୍ନୀ ସୌଦାମିନୀ ପଧାନ ପ୍ରମୁଖ ମଞ୍ଚାସୀନ ରହିି ସହିଦ ସୁମନ୍ତଙ୍କ ସ୍ମୃତିଚାରଣ କରିଥିଲେ । ସଂଘର ସଦସ୍ୟ ଘାସିରାମ ବେହରା ଏବଂ ସୁନିଲ ମାଝୀ ପ୍ୟାରେଡ୍‌ କରି ମୁଖ୍ୟ ଅତିଥିଙ୍କୁୂ ପାଛୋଟି ଆଣିଥିଲେ, ଯାହାକି ସମସ୍ତଙ୍କ ପାଇଁ ଅତ୍ୟନ୍ତ ଚିତ୍ତାକର୍ଷକ ଥିଲା । ଏହି ଉତ୍ସବରେ ସହିଦ ପରିବାରଙ୍କ ତରଫରୁ ଗ୍ରମାରେ ଭଜନ ସମାରୋହ ସହ କୀର୍ତ୍ତନ ସମାରୋହ ତଥା ଗ୍ରାମବାସୀଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

ଦେଶ ପାଇଁ ସୈନିକଙ୍କ ବଳିଦାନ କେବେ ବ୍ୟର୍ଥ ଯିବ ନାହିଁ ଏବଂ ଶତ୍ରୁ ପକ୍ଷଙ୍କୁ ଉଚିତ ଜବାବ ଦିଆଯାଉଥିବା ବେଳେ ସୈନିକଙ୍କୁ ସମ୍ମାନ ଦେବା ଆମର ନୈତକି କର୍ତ୍ତବ୍ୟ ଏବଂ ସଂଘ ସବୁବେଳେ ସହିଦ ପରିବାର ପ୍ରତି ସହଯୋଗ କରିଆସୁଛି ଏବଂ ଆଗକୁ ମଧ୍ୟ କରି ଆସିବ ବୋଲି ମୁଖ୍ୟ ଅତିଥି ଶ୍ରୀ ରଥ ତାଙ୍କ ବକ୍ତବ୍ୟରେ କହିଥିଲେ । ଏହି ଉତ୍ସବରେ ସଂଘର କୋଷାଧ୍ୟକ୍ଷ ଘାସିରାମ ବେହେରା, ସଦସ୍ୟ ଶମ୍ଭୁ ପ୍ରସାଦ ବିଶ୍ୱାଳ, ପ୍ରମୋଦ ବାବୁ, ଚିତ୍ତ ରଞ୍ଜନ ମିଶ୍ର, ନରହରି ବେହେରା, ସୁନିଲ ମାଝୀ, ପ୍ରମୁଖଙ୍କ ସହ ଶତାଧିକ ଗ୍ରାମବାସୀ ଏହି ଉନ୍ମୋଚନ ଉତ୍ସବରେ ଉପସ୍ଥିତ ଥିଲେ । ଗ୍ରାମପଞ୍ଚାୟତ ଡିଗ୍ରୀ କଲେଜ ଲଛିପୁରର ଅଧ୍ୟାପକ ବାସୁଦେବ ସାହୁ ମଞ୍ଚ ପରିଚାଳନା କରି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.