oom

ବିଚାରଧାରା ପର୍ଯ୍ୟାୟର ବିବେକାନନ୍ଦଙ୍କ ଦୃଷ୍ଟିରେ ସନ୍ନ୍ୟାସ ଓ କର୍ମଯୋଗ ଶୀର୍ଷକ ପଞ୍ଚମ ଇ-ପାଠଚକ୍ର ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ, ବଲାଙ୍ଗିର ଶାଖା ତରଫରୁ ଗତ ୨୨ ତାରିଖ ଦିନ ବିଚାରଧାରା ପର୍ଯ୍ୟାୟର ବିବେକାନନ୍ଦଙ୍କ ଦୃଷ୍ଟିରେ ସନ୍ନ୍ୟାସ ଓ କର୍ମଯୋଗ ଶୀର୍ଷକ ପଞ୍ଚମ ଇ-ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ପାଠଚକ୍ରରେ ସଭାପତିତ୍ଵ କରିଥିଲେ ଅନୁଷ୍ଠାନର ସଭାପତି ରାମଶରଣ ହୋତା । ବକ୍‌କ୍ତବ୍ୟ ରଖିଥିଲେ ସୁଲେଖକ, ସୁବକ୍ତା, ବିଶିଷ୍ଟ ସ୍ତମ୍ଭକାର ଡ. ଛାୟାକାନ୍ତ ଷଡ଼ଙ୍ଗୀ । ସଭାପତିତ୍ୱ ଅଭିଭାଷଣରେ ଶ୍ରୀ ହୋତା ସ୍ଵାମୀ ବିବକାନନ୍ଦଙ୍କ ଚିକାଗୋ ଅଭିଭାଷଣର ୧୨୫ତମ ଜୟନ୍ତୀ ଉପଲକ୍ଷେ ବଲାଙ୍ଗିର ଜିଲ୍ଲା ଶାଖା ତରଫରୁ ସ୍ୱାମୀଜୀଙ୍କ ଅଲୌକିକ ବକ୍ତବ୍ୟକୁ ସ୍ମରଣୀୟ କରିବା ପାଇଁ ତାଙ୍କ ଦର୍ଶନ ଆଧାର କରି ଆଗକୁ ଆହୁରି ପାଠ ଚକ୍ର ଆୟୋଜନ କରାଯିବା ପାଇଁ ସ୍ଥିର କରାଯାଇଥିବା କହିଥିଲେ । ଯୁବପିଢିଙ୍କୁ ସ୍ୱାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ କରିବା ଭଳି ଲୋକ ସଂସଦ ତାର ଉଦ୍ଦେଶ୍ୟ ପୂରଣ କରିବାରେ ପ୍ରୟାସ ଜାରି ରଖିଥିବା ସୂଚନା ଦେଇଥିଲେ । ବକ୍ତା ଡ.ଷଡ଼ଙ୍ଗୀ ସ୍ୱାମୀଜୀ ଚିରାଚରିତ ଢ଼ଙ୍ଗରେ ସନ୍ୟାସ ନେଇ ନଥିଲେ ବରଂ ଏକ କର୍ମଯୋଗୀ ସନ୍ନ୍ୟାସୀ ହେବ ପାଇଁ ନିଜ ସହିତ ରାମକୃଷ୍ଣ ପରମହଂସଙ୍କ ଅନ୍ୟ ଶିଷ୍ୟ ମାନଙ୍କୁ ମଧ୍ୟ ପରାମର୍ଶ ଦେଇଥିଲେ । ଗୀତା, ମହାଭାରତ ଓ ଉପନିଷଦରୁ ଉଦ୍ଧୃତ କରି ଡ. ଷଡ଼ଙ୍ଗୀ କର୍ମ, ବିକର୍ମ, ଅକର୍ମ, କର୍ମଯୋଗ ଓ କର୍ମ ସନ୍ନ୍ୟାସ ଉପରେ ଆଲୋକପାତ କରିଥିଲେ । ବିବେକାନନ୍ଦଙ୍କ ମତରେ ସନ୍ୟାସୀର କର୍ମ ମୋକ୍ଷ ପ୍ରାପ୍ତି ନ ହୋଇ ପ୍ରପୀଡ଼ିତ ଜନତାର ସେବା ହେବା ଉଚିତ୍ ବୋଲି ବକ୍ତା ମହୋଦୟ ମନ୍ତବ୍ୟ ରଖିଥିଲେ । ସଭା ପ୍ରାରମ୍ଭରେ ସଂଯୋଜିକ। ସବିତା ମହର। ସ୍ୱାଗତ ସମ୍ଭାଷଣ ଦେଇ ସଭାରମ୍ଭ କରିଥିଲେ । ଡ. ଲକ୍ଷ୍ମଣ କୁମାର ମେହେର ମନ୍ତ୍ର ପାଠ ଓ ବିବେକ ବାଣୀ ପଠନ କରିଥିଲେ । ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରେ ଅଧ୍ୟାପକ ଶ୍ରୀ କବିରାଜ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.