oom

ବ୍ଲକସ୍ତରୀୟ ମେଗା ସମନ୍ୱୟ ମେଳା ଅନୁଷ୍ଠିତ

jsmm

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କେନ୍ଦ୍ର ଓ ରାଜ୍ୟ ସରକାର ମହିଳାମାନଙ୍କୁ ସ୍ୱାବଲମ୍ବୀ କରି ରୋଜଗାର କ୍ଷମ କରିବା ଏକ ଅଭିନବ ପ୍ରୟାସ ଜାରୀ ରଖି ଆସିଛନ୍ତି । ଏହାକୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍ କରିବା ଉଦ୍ଦେଶ୍ୟରେ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଋଣ ପ୍ରଦାନ କରାଯାଇ ସ୍ୱାବଲମ୍ବନଶୀଳ କରାଇବା ପନ୍ଥାକୁ ଏକ ମାର୍ଗ ତିଆରି କରିଛନ୍ତି । ଏହା ଦ୍ୱାରା ଗୃହିଣୀ, କର୍ମଜୀବୀମହିଳାମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହୋଇପାରୁଛି । ଏହି ଅବସରରେ ଛତ୍ରପୁର ବ୍ଲକ ଅଫିସ ପରିସରରେ ଥିବା ସମ୍ମିଳନୀ ଗୃହରେ ଛତ୍ରପୁର ପଞ୍ଚାୟତ ସମିତି ଆନୁକୂଲ୍ୟରେ ଆୟୋଜିତ ଓଡ଼ିଶା ଜୀବିକା ମିଶନ ଓ ମିଶନ୍ ଶକ୍ତି ସୌଜନ୍ୟରେ ଏକ ମେଗା ଋଣ ସମନ୍ୱୟ ମେଳା ଅଜେି ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଆନୁଷ୍ଠାନିକ ଭାବେ ଏହାକୁ ଶୁଭାରମ୍ଭ କରିବା ସହ ବ୍ଲକ ଅଧକ୍ଷ ଏମ୍. ଧନଞ୍ଜୟ ରେଡ୍ଡୀ ଏବଂ ସିଡିପିଓ କ୍ରିଷ୍ଣା କୁମାରୀ ଉପସ୍ଥିତ ରହି ଛତ୍ରପୁର ବ୍ଲକର ୩୫୯ ସ୍ୱୟଂ ସହାୟିକା ଗୋଷ୍ଠୀକୁ ମୋଟ ୧୦ କୋଟି ୨୪ ଲକ୍ଷ ୬୦ ହଜାର ଟଙ୍କାର ବିଭିନ୍ନ ବ୍ୟାଙ୍କର ସହାୟତାରେ ୠଣ ପ୍ରଦାନ କରାଯାଇଥିଲା । ଯଥାଶୀଘ୍ର ଗଞ୍ଜାମ ଜିଲ୍ଲାର ମହିଳାଙ୍କ ଦ୍ୱାରା ଉତ୍ପାଦିତ ଦ୍ରବ୍ୟକୁ ମାର୍କେଟିଂ କରାଯିବା ପାଇଁ ବିଭିନ୍ନ ପ୍ରକଳ୍ପ କରାଯାଇଛି ବୋଲି ବିଧାୟକ ଶ୍ରୀ ବେହେରା କହିଛନ୍ତି । ଏହି କାର୍ଯ୍ୟକ୍ରମକୁ ବିପିଏମ ମାନିନୀ ଜେନା ପରିଚାଳନା କରିବା ସହ ସଭା ଶେଷରେ ଅତିଥି, ବ୍ୟାଙ୍କ ଅଧିକାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ୟାଙ୍କ ଅଧିକାରୀଙ୍କ ସମେତ ସମସ୍ତ ଏମବିକେ, ବ୍ୟାଙ୍କମିତ୍ର, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.