ଠାନ୍‌ଟେ ଶୁଇନ୍ ହେଇଗଲା

  • ଅଶୋକ କୁମାର ପୂଜାରୀ

ଆପଣଙ୍କର ଠାନ ମେଲା କରି ଦେଲେ କାଏନ ? ଭାଷା ସାହିତ୍ୟର ବିକାଶ ଲାଗି ଦିନ ରାଏତ୍ ଏକ କରି ଦେଇଥିଲେ ଆପଣ । ଅଶୀ ବରଷ ବଏସେଁ ବି ଚାଲିଶ ବର୍ଷିଆ ଜୁଆନ ଥିଲେ ଆପଣ । ବରଗଡର ସବୁ ସଭା, ସାହିତ୍ୟର ହରେକ୍ କାର୍ଯ୍ୟକ୍ରମ କେ ଆପଣଙ୍କୁ ଦରକାର ପଡୁଥିଲା । ସ୍ଥାନୀୟ ସଭାସମିତି କେ ପାହେ ପାହେ ସାଏକଲ ମାଡ଼ି ମାଡ଼ି ଆପଣ ନିଶ୍ଚେ ଫୁହୁଁଚି ଯାଉଥିଲେ । ମଚାନ୍ ଉପରେ ଆପଣଙ୍କର ଉପସ୍ଥିତି ସଭାକେ ଆହୁରି ଉଜନଦାର କରୁଥିଲା । ଆପଣଙ୍କର କଥାରେ ସ୍ନେହ ଆଉ ପ୍ରେରଣା ଭରିଥିଲା । ଆମର ଭାଷା ସାହିତ୍ୟର ମୁଲ୍ହିଆର୍ ଆନ ଆପଣ । ଆପଣଙ୍କର ମାର୍ଗଦର୍ଶନରେ ଆମେ ସଭେ ବାଟ ଚାଲି ଆସିଛୁଁ । ଆପଣ ଆମର ବନ୍ଧୁ, ଫିଲୋସଫର ଆଉ ଗାଇଡ୍‌ ଥିଲେ । ଚାଷ୍‌ବାସ୍‌ର କବାରେ କି ଗାଆଁ ମା’ର ଆଉ କେନସି କବାରେଁ ଗାଆଁ ବନ୍ଧପାଲି କେ ଆସିକରି ଯେନ୍ ଦିନାଦୁ ରହୁଥିଲେ ଫୁରସତେଁ ଘେଁସ ଆସି ଆମର ଫଟୁ ଷ୍ଟୁଡିଓ ନ ବାପା ଆଉ ଉଂଝା ଛୁଆ ଦିନର ସାଙ୍ଗ ମାନକର ସାଙ୍ଗେ ହଁସିଖୁସି ସମିଆ କଟଉଥିଲେ ।

ଜିଲ୍ଲା ସମ୍ବଲପୁରୀ ସାହିତ୍ୟ ପରିଷଦ, ଅଭିମନ୍ୟୁ ସାହିତ୍ୟ ସଂସଦ, ମନୋହର ସାଂସ୍କୃତିକ ସଂସଦର ମୁରବୀ ଥିଲେ ଆପଣ । ଜନମ ଟାକେ ମରନ୍ ଟେ ଧ୍ରୁବ ସତ୍ୟ ଆଏ । ସଫଲ ଆଉ ପୂର୍ଣ୍ଣାଙ୍ଗ ଜୀବନ ଟେ ଜିଇଁଛନ୍ ଆପଣ । ଭଗବାନ ଆପଣଙ୍କୁ ତାଙ୍କର ଠାନେ ରଖିଥାଉନ, ଆମର ପ୍ରାର୍ଥନା ।

ନମୋ ଭଗବତେ ବାସୁଦେବାୟ

Leave A Reply

Your email address will not be published.

two × two =