pakka

ବିଶ୍ୱକର୍ମା ପୂଜା କମିଟିର ସଂସ୍କୃତିକ କାର୍ଯ୍ୟକ୍ରମ ବର୍ଷା ଯୋଗୁଁ ବନ୍ଦ ପଡିଲା

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲାଟ୍ ବ୍ଲକ ଅନ୍ତର୍ଗତ ଭୁତିବାହାଲ ଗ୍ରାମରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି । ଦୁଲର୍ଭ ସାହୁ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଗାଁ ସରପଞ୍ଚ ନରେନ୍ଦ୍ର କଟନ, ସମ୍ମାନିତ ଅତିଥି ଭାବରେ ନାଏକ ସରପଞ୍ଚ ରସିକ ସାହୁ, ଗୌତିଆ ଅରକ୍ଷିତ ନାଗ ଓ ମଞ୍ଚର ଜଜ୍ ଭାବରେ ମନୋରଞ୍ଜନ ପଟେଲ, କୀର୍ତ୍ତିଚନ୍ଦ୍ର ଗହୀର, ଶଙ୍କର ସାହୁ ଓ ସୁବଳ ମହାକୁର ମଞ୍ଚାସୀନ ରହିଥିଲେ । ବିଶ୍ୱକର୍ମା ପୂଜା ଅବସରରେ କମିଟି ତରଫରୁ ସନ୍ଧ୍ୟାରେ ମନୋରଞ୍ଜନ କାର୍ଯ୍ୟକ୍ରମ ହୋଇଥିବା ବେଳେ ବିଭିନ୍ନ ଗାଁ ତଥା ଜିଲ୍ଲାରୁ କୁନି କୁନି ଝିଅମାନେ ନୃତ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସମ୍ବଲପୁରୀ, ଓଡ଼ିଆ, ହିନ୍ଦୀ ଆଦି ନୃତ୍ୟରେ ପରିବେଷଣ କରିଥିଲେ । ଏହି ନୃତ୍ୟ କାର୍ଯ୍ୟକ୍ରମରେ ୪ଟି ମଞ୍ଚଜଜ୍ ରହିଥିଲେ ଏବଂ ନୃତ୍ୟ ଉପରେ ଅଭିଜ୍ଞତା ମଧ୍ୟ ଦେଇଥିଲେ । ହେଲେ ନୃତ୍ୟ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଅଚାନକ ଘଡ଼ଘଡି ସହ ବିଜୁଳି ମାରି ବର୍ଷା ଯୋଗୁଁ ନୃତ୍ୟ କାର୍ଯ୍ୟକ୍ରମକୁ ଅଧାରେ ବନ୍ଦ କରାଯାଇଥିଲା । ପ୍ରଚୁର ମାତ୍ରାରେ ଘଡ଼ଘଡି ବର୍ଷା ହୋଇଥିବା ବେଳେ କୁନି କୁନି ନୃତ୍ୟ ଶିଳ୍ପୀମାନେ ସଜବାଜ ହୋଇ ଅଟକି ରହିଥିଲେ ଏବଂ ବର୍ଷା ଛାଡିବା ପରେ କମିଟିରୁ ବିଦାୟ ନେଇ ଫେରିଥିଲେ । କୁନି କୁନି ପିଲାମାନେ ବହୁତ ଅଭ୍ୟାସ ପରେ ମଞ୍ଚ ଉପରେ ନୃତ୍ୟ ପରିବେଷଣ ପାଇଁ ଆସିଥିଲେ । କୁନି କୁନି ପିଲାମାନଙ୍କୁ ନେଇ ପରିବାର ଲୋକେ ପିଲାଙ୍କ ନୃତ୍ୟ ଦେଖିବା ପାଇଁ ଦୂର ଦୁରାନ୍ତରୁ ପିଲାଙ୍କୁ ନେଇ ଆସିଥିଲେ । କିନ୍ତୁ ବର୍ଷା ଯୋଗୁଁ ସବୁ ଅଭ୍ୟାସ ପାଣିରେ ମିଶିଗଲା ।

jay balangir
Leave A Reply

Your email address will not be published.

sixteen − thirteen =

error: Content is protected !!