![oum](https://koshalaprabahalive.com/wp-content/uploads/2024/07/oum.jpg)
ପାଟଣାଗଡ, (କେପିଏନ୍ଏସ୍) : ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟଣାଗଡ ଗସ୍ତରେ ଆସିବେ । ଏନେଇ ପାଟଣାଗଡ ରମାଇଁ ହାଇସ୍କୁଲରେ ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ଓଡିଶା ପୁଲିସ ବିଭାଗ ତରଫରୁ ଆଜି ସକାଳୁ ବଲାଙ୍ଗିର ଏସପିଙ୍କ ତତ୍ୱାବଧାନରେ ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା, ଥାନାଅଧିକାରୀ, ଏସ୍ଆଇ, ଏଏସ୍ଆଇ ସମେତ ୧୦ ପ୍ଲାଟୁନ୍ ଫୋର୍ସ ରମାଇଁ ହାଇସ୍କୁଲ ପଡିଆରେ ମକ୍ ଡ୍ରିଲ କରୁଥିବା ଦେଖିବାକୁ ମିଲିଥିଲା ।
![](https://koshalaprabahalive.com/wp-content/uploads/2021/09/c08ddc27-3393-4373-a762-1d467884a9d9.jpg)