jsm

ପଞ୍ଚସଖା ସ୍ମାଟ ସ୍କୁଲ ପରିଦର୍ଶନ କଲେ ବିଧାୟକ

csstore
  • ଅକ୍ଟୋବର ୨ରେ ଉଦ୍‌ଘାଟନ, ଦିନ ରାତି ଚାଲିଛି କାମ

କଳାହାଣ୍ଡି, (ପି. କେ .ସାହୁ) : କଳାହାଣ୍ଡି ଜିଲ୍ଲାରେ ମୋଟ ୩୬ ଗୋଟି ସ୍ମାଟ ସ୍କୁଲ ମଧ୍ୟରୁ ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଦିନ ୨୬ ଗୋଟି ଓ ନଭେମ୍ବର ୧୪ରେ ୧୦ ଗୋଟି ସ୍ମାଟସ୍କୁଲକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବା ପାଇଁ ସ୍କୁଲ ମାନଙ୍କରେ ଦିନ ରାତି କାମ ଚାଲିଛି । ଏହି ମାସ ୨୪ ତାରିଖ ଦିନ ଏହାର ଭିଡ଼ିଓ କରି ଡେମୋ କରାଯିବାର ଜଣାପଡିଛି । ଏଥିପାଇଁ ବିଧାୟକ, ଜିଲ୍ଲାପାଳ, ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ମାନେ ବାରମ୍ବାର ପରିଦର୍ଶନରେ ଆସି କାମ ତଦାରଖ କରିବାର ଦେଖିବାକୁ ମିଳୁଛି । ସୋମବାର ଦିନ ମ. ରାମପୁର ବ୍ଲକ ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟ, ଅଲାତରା ସ୍ମାଟ ସ୍କୁଲକୁ ନର୍ଲା ବିଧାୟକ ଭୁପିନ୍ଦର ସିଂହ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରକଳ୍ପ ନିର୍ଦେଶକ ସୋମେଶ କୁମାର ଉପାଧ୍ୟୟ, ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ତଥା ଜିଲ୍ଲା ପରିଷଦ ପୁଷ୍ପେନ୍ଦ୍ର ସିହଂଦେଓ, ମ. ରାମପୁର ବିଡିଓ ଉତ୍ତମ କୁମାର ବାଗ, ପିଏମ ଦୀପ୍ତି କିଶୋର ନାୟକ, ଯନ୍ତ୍ରୀ ପଞ୍ଚାନନ ବିଶୋଇ ପରିଦର୍ଶନରେ ଆସି କାମ ତଦାରଖ କରିଥିଲେ ପରେ ଓଡିଶା ଜୀବିକା ମିଶନର ପଞ୍ଚାୟତ ସ୍ତରୀୟ ମହାସଂଘ ଜରିଆରେ ସିଏପି ସହାୟତାରେ ସ୍ୱୟଂ ସହାୟକ ଗୋଷ୍ଟୀରୁ ଝୁନି ସାହୁର କିରାନା ଦୋକାନ ଦେଖିଥିଲେ, ମିକ୍ସର ଗୋଟେ କିଲୋ ୯୦ ଟଙ୍କା ଦେଇ କିଣିଥିଲେ ବିଧାୟକ ଓ ମୁଖ୍ୟମନ୍ତ୍ରୀଙ୍କ ମହିଳା ବିକାଶ କାର୍ଯ୍ୟକ୍ରମକୁ ଭୁରି ଭୁରି ପ୍ରଶଂସା କରିଥିଲେ । ଦିବ୍ୟଙ୍ଗ ସିନା ବାଗ ଘରକୁ ଯାଇ ଖୁବ ଶୀଘ୍ର ହୁଇଲ ଚେୟାର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୋ ସ୍କୁଲ ଅଭିଯାନର ସଭାପତି ପଞ୍ଚୁଦେବ ସାହୁ, ସମ୍ପାଦକ ସୁଶାନ୍ତ ବଗର୍ତ୍ତି, ଶିକ୍ଷକ ଅଶୋକ ବିଶ୍ୱାଳ, କୁଳେନ୍ଦ୍ର ବୈଠାରୁ, ଖେଳ ଶିକ୍ଷକ ବେଣୁଧର ରଣା, ପଞ୍ଚାୟତ ସ୍ତରୀୟ ମହାସଙ୍ଗ ସଭାପତି ପୁଷ୍ପଲତା ନାୟକ, ଏମବିକେ ମମିତା ସାହୁ ସହ ସମସ୍ତ କେଡର ଓ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.