ଲଗାଣ ବର୍ଷାରେ ଗୋପବନ୍ଧୁ ନଗର ନୂଆ ବସ୍ତି ଅବସ୍ଥା ବେହାଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲଗାଣ ବର୍ଷାରେ ଶାନ୍ତିପଡା ନିକଟସ୍ଥ ଗୋପବନ୍ଧୁ ନଗର ନୂଆ ବସ୍ତି ଅଞ୍ଚଳ ଜଳମଗ୍ନ ହୋଇ ପଡିଥିବା ଦେଖିବାକୁ ମିଳିଛି । ଘର ଭିତରକୁ ମଧ୍ୟ ପାଣି ପଶିଥିବା ବେଳେ ଚାରିପଟେ ଆଣ୍ଠୁଏ ଉପରେ ପାଣି ରୁନ୍ଧି ହୋଇ ରହିଥିବା ନଜରକୁ ଆସିଛି । ସ୍ଥାନୀୟ ଅଞ୍ଚଳବାସୀଙ୍କ ଅବସ୍ଥା ବେହାଲ ହୋଇ ପଡିଛି । ତେବେ ବର୍ଷା ସାମାନ୍ୟ କମିଥିବାରୁ ଲୋକେ ସାମାନ୍ୟ ଆସ୍ୱସ୍ଥ ରହିଛନ୍ତି । କିନ୍ତୁ ଯଦି ଅପରାହ୍ନ ସମୟରେ ପୁଣି ବର୍ଷା ଜୋର୍‌ ଧରେ ତା’ହେଲେ ଅବସ୍ଥା ସାଂଘାତିକ ହେବ ବୋଲି ସ୍ଥାନୀୟ ଲୋକେ ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.