ସାହିତ୍ୟ ଏକାଡେମୀ ତରଫରୁ ଗ୍ରାମାଲୋକ କାର୍ଯ୍ୟକ୍ରମ

ପାଟଣାଗଡ଼, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଘୁନଘୁଟିପାଲି ଗାଁରେ ସାହିତ୍ୟ ଏକାଡେମୀ ତରଫରୁ ଗ୍ରାମାଲୋକ କାର୍ଯ୍ୟକ୍ରମ ହୋଇଯାଇଛି । ସାହିତ୍ୟ ଏକାଡେମୀ ସଦସ୍ୟ ଗାଳ୍ପିକ କ୍ଷେତ୍ରବାସୀ ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ହାଇଦ୍ରାବାଦ୍‌ର ବୈଜ୍ଞାନିକ ଅଧିକାରୀ ପଦ୍ମନାଭ ପଧାନ ଯୋଗଦେଇ ଆମ ଅଞ୍ଚଳର କୋଶଳୀ ଭାଷା ଅଷ୍ଟମ ସୂଚୀରେ ସ୍ଥାନ ପାଇବାକୁ ଏ ଅଞ୍ଚଳର କବି, କଳାକାର, ବୁଦ୍ଧିଜୀବୀ ସମସ୍ତ ଜନସାଧାରଣ ଚେଷ୍ଟା କରିବା ସହିତ ସମସ୍ତ ସଭା ସମିତି ସାଂସ୍କୃତିକ କାର୍ଯ୍ୟକ୍ରମ ମାନଙ୍କରେ ବ୍ୟବହାର କଲେ ଗାଁର ସାହିତ୍ୟ ବଞ୍ଚି ରହିବ ବୋଲି କହିଥିଲେ ସେହିପରି ମୁଖ୍ୟବକ୍ତା ସାମ୍ବାଦିକ ଲକ୍ଷ୍ମୀକାନ୍ତ ମିଶ୍ର ଏ ଅଞ୍ଚଳର ଗଣପର୍ବ ନୂଆଁଖାଇ ଓ ତା’ର ବୈଶିଷ୍ଟତା ବିଷୟରେ ଆଲୋକ ପାତ କରିଥିଲେ ସମ୍ମାନିତ ଅତିଥି ସାହିତ୍ୟିକ ଆଶିଷ କୁମାର ଚନ୍ଦନ ଆମ କୋଶଳୀ ଶବ୍ଦ ସଂଗ୍ରହ ଓ ତା’ର ବ୍ୟବହାର କରିବା ପାଇଁ ଲେଖକ ମାନଙ୍କୁ ଅନୁରୋଧ କରିଥିଲେ ଏହି ଆସରରେ କବି ଅର୍ଜୁନ କୁମାର ସାହୁ, ରାଜେଶ୍ ଦଣ୍ଡସେନା, ସବିତା ମହରା, ସଂଯୁକ୍ତା ପରିଛା, ମୁରଲୀ ଶିକା ଓ ତ୍ରିଲୋଚନ ସାହୁ ଯୋଗ ଦେଇ ତାଙ୍କର ସ୍ୱରଚିତ କବିତା ଓ ଗଳ୍ପ ପଠନ କରିଥିଲେ । ପରମାନନ୍ଦ କାଳସାଏ ସ୍ଵାଗତ ଭାଷଣ ଦେଇଥିବା ବେଳେ କୃଷ୍ଣଚନ୍ଦ୍ର ବାନଛୋର ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ଅବସରରେ ଗ୍ରାମର ଯୁବକ ମାନେ ଅତିଥି ମାନଙ୍କୁ ଗଛ ଉପହାର ଦେଇ ଗାଁର ଖେଳ ପଡ଼ିଆରେ ରୋପଣ କରି ଅତିଥି ମାନଙ୍କ ସ୍ମୃତିକୁ ସବୁଦିନ ବଞ୍ଚାଇ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ବିଦ୍ୟାଧର ବିଶି, ହରିଶ୍ଚନ୍ଦ୍ର ବଗର୍ତ୍ତି, ଆଶିଷ ସାହୁ, ସର୍ଜନ ସାହୁ, ମାନସ ବଗର୍ତ୍ତି, ନରେଶ ବିଶି, ରଞ୍ଜିତ ସାହୁ, ହେମନ୍ତ ଧରୁଆ ଓ ଗ୍ରାମବାସୀ ସହଯୋଗ କରିଥିଲେ ।

Leave A Reply

Your email address will not be published.