ବୀଣାପାଣି ଭଜନ କଳା ସଂସ୍କୃତି ପରିଷଦ ମନାପଡା ଦ୍ଵାରା ସମ୍ମାନିତ ହେଲା ସଂକଲ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ନାଟ୍ୟ କଳାର ଏନ୍ତୁଡ଼ିଶାଳ ମନାପଡା, ଅତାବିରା ଗ୍ରାମର ବୀଣାପାଣି ଭଜନ କଳା ଓ ସଂସ୍କୃତି ପରିଷଦ, ତରଫରୁ ନୂଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ୨୦୨୧ରେ ଆଜି ସଂକଳ୍ପ ପରିବାର, ବରଗଡ଼କୁ ସମାଜ ସେବାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସମ୍ମାନପତ୍ର ବା ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି । ସଂକଲ୍ପ ପରିବାର ଆମ ଅଞ୍ଚଳରେ ରହିଥିବା ନିରୀହ, ନିଷ୍ପେସିତ ଲୋକଙ୍କ ମନରେ ନୂତନ ଆଶା ସଞ୍ଚାର କରିଥାଏ ବୋଲି ଉପସ୍ଥିତ ଅତିଥି ଗଣ ପ୍ରକାଶ କରିବା ସହିତ ଭୁରି ଭୁରି ପ୍ରଶଂସା କରିଥିଲେ । ସଂକଲ୍ପ ପରିବାର ଗତ କୋଭିଡ ସମୟରେ ସମାଜ ପ୍ରତି ଯାହା କରିଯାଇଛି ତାହା ଇତିହାସରେ ଲିପିବଦ୍ଧ ହେବ ବୋଲି ବରଗଡ଼ ସାଂସଦ ସୁରେଶ ପୁଝାରୀ କହିଥିଲେ । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଆମ ଅଞ୍ଚଳର ଗର୍ବ ଓ ଗୌରବ ଲୋକରତ୍ନ ପଦ୍ମଦ୍ରୀ ଡ଼ ହଳଧର ନାଗ ଓ ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଯୋଗଦାନ କରିଥିଲେ । ବିଧାୟିକା ସଂକଲ୍ପ ପରିବାର ପ୍ରତ୍ୟକ କାର୍ଯ୍ୟ ହୃଦୟସ୍ପର୍ଶୀ ହୋଇଥାଏ ବୋଲି ପ୍ରକାଶ କରିଥିଲେ ଓ ଏହି ଅନୁଷ୍ଠାନକୁ ପ୍ରତ୍ୟକ ବ୍ଲକ, ଗ୍ରାମାଞ୍ଚଳ କ୍ଷେତ୍ରରେ ସଂଗଠିତ କରିବା ପାଇଁ କହିଥିଲେ । ଏହି ଅବସରରେ ଅନ୍ୟାନ୍ୟ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବିଭିନ୍ନ ବ୍ୟକ୍ତି ବିଶେଷ ତଥା ସାମାଜିକ ଅନୁଷ୍ଠାନ ମାନଙ୍କୁ ମଧ୍ୟ ଅଙ୍ଗବସ୍ତ୍ର ଓ ପ୍ରସଂଶା ପତ୍ର ଦେଇ ସମ୍ମାନିତ କରାଯାଇଥିଲା । ସଂକଲ୍ପ ପରିବାର ତରଫରୁ ବିକାଶ ଅଗ୍ରୱାଲ, ନିଧାନ ଦନ୍ତା, ଜି. ରମେଶ ସହିତ ଅନେକ ସଦସ୍ୟ ଉପସ୍ଥିତ ରହି ସମ୍ମାନ ପତ୍ର ଗ୍ରହଣ କରିଥିଲେ । ଏଭଳି ଏକ ସୁଅବସରରେ ସମ୍ମାନିତ କରିଥିବାରୁ ସଂକଲ୍ପ ପରିବାର ତରଫରୁ ବୀଣାପାଣି ଭଜନ କଳା ଓ ସଂସ୍କୃତି ପରିଷଦ ତଥା ମନାପଡା ଗ୍ରାମବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଏହି ପ୍ରସଂଶା ପତ୍ର ଯୋଗୁ ସଂଗଠନର କର୍ମକର୍ତ୍ତା ମନୋବଳ ଆଗାମୀ ଦିନରେ ସୁଦୃଢ ହେବ ବୋଲି ସଂକଲ୍ପ ପରିବାର ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

error: Content is protected !!