![om academy](https://koshalaprabahalive.com/wp-content/uploads/2024/05/kkkk.jpg)
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ତୁଳସୀନଗରର ମହାରାଣୀ ସାଗର ସରପ୍ଲସ କେନାଲରୁ ରବିବାର ଜଣେ ନବଜାତ ଶିଶୁର ମୃତଦେହ ଉଦ୍ଧାର ହୋଇଛି । ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ସହରରେ । ଶିଶୁଟିକୁ ଲୁଗା ଗୁଡ଼ାଇ ଫିଙ୍ଗା ଯାଇଥିବା ବେଳେ ବର୍ଷାପାଣିରେ ଭାସି ଆସିବା ପରେ ସରପ୍ଲସ କେନାଲରେ ଶିଶୁର ମୃତଦେହ ଭାସୁଥିବା ଦେଖାଯାଇଛି । କିଏ ଓ କାହିଁକି ଏହି ନବଜାତ ଶିଶୁକୁ ଫିଙ୍ଗିଛି ତାହା ସ୍ପଷ୍ଟ ହୋଇନାହିଁ । ତେବେ କୌଣସି ଘରୋଇ ଡାକ୍ତରଖାନାରେ ସନ୍ତାନ ପ୍ରସବ ପରେ ଏଠାରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ତେବେ କିଏ କାହିଁକି ଏଭଳି କରିଛି ଓ କେଉଁ ପରିସ୍ଥିତିରେରେ ଛୁଆଟି ଜନ୍ମ ହେବା ପରେ ଏଠାରେ ଫିଙ୍ଗାଯାଇଛି, ତାହା ଜଣା ପଡି ନାହିଁ । ସହରରେ ବେଆଇନ ଭ୍ରୂଣ ଚିହ୍ନଟ ଘଟଣା ବୃଦ୍ଧି ପାଉଥିବା ଆଲୋଚନା ହେଇଛି ।
![](https://koshalaprabahalive.com/wp-content/uploads/2021/09/b7c88336-4297-45f4-9cb5-ad355fda6ea4.jpg)