ପ୍ରଭୂ ଗଣେଶଙ୍କ ପୂଜନୋତ୍ସବ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଜି ଭାଦ୍ରବ ଶୁକ୍ଳ ଚତୁର୍ଥୀ । ବିଦ୍ୟାର ଦେବତା ଆଦିଦେବ ଅଗ୍ରପୂଜ୍ୟ ପ୍ରଭୂ ଶ୍ରୀ ଗିରିଜାନନ୍ଦନଙ୍କ ପୂଜା । ହିନ୍ଦୁଧର୍ମରେ ଗଣେଶ ଚତୁର୍ଥୀ ଏକ ପ୍ରମୂଖ ପର୍ବ । ଓଡିଶାର ପୁରପଲ୍ଲୀରେ ଏହିପୂଜା ପରମ୍ପରା ଓ ବିଧିବିଧାନ ଅନୁସାରେ ପାଳିତ ହୋଇଥାଏ । ଶିକ୍ଷାନୁଷ୍ଠାନ ମାନଙ୍କରେ ଗଣେଶ ପୂଜାର ବିଶେଷ ମହତ୍ବ ରହିଛି । ଓଡିଶାର ବିଭିନ୍ନ ପ୍ରାନ୍ତରେ ଗଣେଶ ଚତୁର୍ଥୀ ବେଶ ଆଡମ୍ବରରେ ପାଳିତ ହୋଇଥାଏ । ଅନେକ ସ୍ଥାନରେ ପୂଜା ଠୁ ୧୧ ଦିନ ଧରି ବେଶ ଧୂମ୍‌ଧାମ୍‌ରେ ଗଣେଶଙ୍କ ପୂଜାର୍ଚ୍ଚନା ହୋଇଥାଏ । ଚଳିତବର୍ଷ କୋଭିଡ କଟକଣାକୁ ଆଖିଆଗରେ ରଖି ପୂଜା କମ୍‌ ଖର୍ଚରେ ମଣ୍ଡପ ତିଆରି ସହିତ ସଂପୂର୍ଣ୍ଣ ନିରାଡମ୍ବର ଭାବେ ଏ ପୂଜା ଚାଲିଥିବାର ଦେଖିବାକୁ ମିଳିଛି ।

Leave A Reply

Your email address will not be published.