oom

ଭେଣ୍ଡିଙ୍ଗ୍‌ ଜୋନ୍‌ ନେଇ ବଣିକ ସଂଘର ଦାବୀପତ୍ର

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ବଣିକ ସଂଘ ପକ୍ଷରୁ ସହରରେ ଭେଣ୍ଡିଙ୍ଗ୍‌ ଜୋନ୍‌ ନିର୍ମାଣ ନେଇ ଏକ ଦାବୀପତ୍ର ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରୋନିତ କୁମାରଙ୍କୁ ବ୍ୟବାସାୟୀ ସଂଘ ପକ୍ଷରୁ ପ୍ରଦାନ କରାଯାଇଛି ।ଦୀର୍ଘଦିନ ହେଲା ସହରରେ ପୂର୍ତ୍ତ ବିଭାଗ ପକ୍ଷରୁ ମୁଖ୍ୟରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ କାରାଯାଇ ଉଠା ଦୋକାନଗୁଡିକୁ ଉଛେଦ କରାଯାଇଥିଲା । ସାନ ବାଜାର ଓ ବଡ ବଜାର ଉଭୟ ପାର୍ଶ୍ୱରେ ଦୀର୍ଘବର୍ଷ ହେଲା ଉଠାଦୋକାନ କରି ଜୀବିକା ନିର୍ବାହ କରି ଆସୁଥିବା ବ୍ୟବସାୟୀ ମାନଙ୍କ ଦୋକାନଗୁଡିକ ହଟାଯିବା ଫଳରେ ଆଜି ପର୍ଯ୍ୟନ୍ତ ସେମାନଙ୍କ ପରିବାର ପ୍ରତିପୋଷଣ ନେଇ ସମସ୍ୟା ସୃଷ୍ଟି ହେଉଛି । ଏନ୍‌ଏସି କର୍ତ୍ତୁପକ୍ଷ ଆଜି ପର୍ଯ୍ୟନ୍ତ ଭେଣ୍ଡିଙ୍ଗ୍‌ ଜୋନ ନେଇ ପଦକ୍ଷେପ ନେଇ ନଥିବା ଫଳରେ ବ୍ୟବସାୟୀ ମହଲରେ ଘୋର ଅସନ୍ତୋଷ ଦେଖିବାକୁ ମିଳିଛି । ଗୁରବାର ସାନ ବଜାର ଓ ବଡ ବଜାର ବଣିକ ସଂଘ ପକ୍ଷରୁ ଏନ୍‌ଏସି କାର୍ଯ୍ୟାଳୟରେ ବ୍ୟବାସାୟୀମାନେ ପହଞ୍ଚି ଥିଲେ ମଧ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କାର୍ଯ୍ୟାଳୟରେ ନଥିବା ଯୋଗୁଁ ପ୍ରାୟ ଅଧଘଣ୍ଟା ଅପେକ୍ଷା କରିବା ପରେ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ।
ପରେ କାର୍ଯ୍ୟାଳୟକୁ ଆସିଇ ଓ ସାନ ବଜାର ବଣିକ ସଂଘ ସଭାପତି ସୁଧିର କୁମାର ପାଢୀ, ବଡବଜାର ବଣିକ ସଂଘ ସଭାପତି ଗୌରୀ ଶଙ୍କର ବାରିକ, ସମ୍ପାଦକ କାହ୍ନୁ ଚରଣ ପଣ୍ଡାଙ୍କ ସହ ଆଲୋଚନା କରିଥିଲେ । ଆସନ୍ତା ଏକ ମାସ ମଧ୍ୟରେ ଭେଣ୍ଡିଙ୍ଗ୍‌ ଜୋନ୍‌ ନିମନ୍ତେ ଟେଣ୍ଡର ପ୍ରକ୍ରିୟା ହେବା ସହ ପ୍ରଥମ ପର୍ଯ୍ୟାୟରେ ବଡ଼ ବଜାର ଓ ସାନ ବଜାରରେ ୨୪ ଗୋଟି ଦୋକାନ ଗୃହ ନିର୍ମାଣ କାରାଯିବାକୁ ପ୍ରତିଶୃତି ଦେବା ସହ ପରବର୍ତ୍ତୀ ସମୟରେ ଭେଣ୍ଡିଙ୍ଗ୍‌ ଜୋନ୍‌ ନିର୍ମାଣ କରାଯିବାର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଥିଲେ ।

jittmm
Leave A Reply

Your email address will not be published.