oom

ଜହ୍ନ।ପଡାରେ ନୂଆଁଖାଇ ଯୋଟ୍ ଯାଟ୍‌ ଆୟୋଜିତ

jsmm

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପୂର୍ବରୁ ଅସହାୟ ମାନଙ୍କୁ ଅଢି଼ଆ ଭେଟ ଦେବା କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ଅତାବିରା ବ୍ଲକ ଜହ୍ନ।ପଡା କଲ୍ୟାଣ ମଣ୍ଡପଠାରେ ସ୍ବେଛାସେବୀ ସଂଗଠନ ଦ୍ୱାରା ଆୟୋଜିତ ହୋଇଥିବା ଏହି ଆୟୋଜନରେ ୧୮ ଜଣ ଅସହାୟ, ବୃଦ୍ଧ ବୃଦ୍ଧା, ବିକଳାଙ୍ଗଙ୍କୁ ଚାଉଳ, ଡାଲି, ପନିପାରିବା, ବସ୍ତ୍ର ଆଦି ନୂଆଁଖାଇ ଭେଟ ଦିଆଯାଇଥିଲା । ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭାକଲ୍ୟାଣ ବୋର୍ଡ଼ର ଅବସରପ୍ରାପ୍ତ କର୍ମଚାରୀ ଦଖିଲ ପ୍ରଧାନ, ସମ୍ମାନିତ ଅତିଥି ଅବସରପ୍ରାପ୍ତ ଶିକ୍ଷକ କୈଳାଶ ପ୍ରଧାନ, ସମ୍ବିଧାନ ସୁରକ୍ଷା ମଂଚର ଆବାହକ ପବିତ୍ର ଦେହେରି, ଚାଷୀ ନେତା ରମେଶ ମହାପାତ୍ର, ଆମ୍ ଆଦମୀ ପାର୍ଟିର ଭବାନୀ ସାହୁ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ମୁକୁନ୍ଦ ମହାନନ୍ଦ, ସ୍ବେଛାସେବୀ ସଂଗଠନର ସଭାପତି ସରୋଜ ଦୀପ, ଉପସଭାପତି ଦେବଦତ୍ତ ମହାନନ୍ଦ, ସମ୍ପାଦକ ସୁଶାନ୍ତ ପାଇକ ଓ ଅନ୍ୟମାନଙ୍କ ମଧ୍ୟରେ ବିପିନ ପାଇକ, ଅର୍ଜୁନ ପାଇକ, କରୁଣା ଦୀପ, ରିଲୁ ବାଦୀ, ଭଗବାନ ପାଇକ, ସଂଜୟ ବାଦୀ, ଗୋବର୍ଦ୍ଧନ ପାଇକ, ଭକ୍ତ ପାଇକ, ସଂବାରୁ ପାଇକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

jittmm
Leave A Reply

Your email address will not be published.