ଭିଭିଜିଲାନ୍ସ ଜାଲରେ ପଡିଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଶ୍ୱମ୍ବର ଭୋଇ

ପାଟଣାଗଡ, (ଗୋରେଖନାଥ ବରିହା) : ଭିଜିଲାନ୍ସ ଜାଲରେ ପଡିଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଶ୍ୱମ୍ବର ଭୋଇ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଲକି ପିଇଓ ବିଶ୍ୱମ୍ବର ଭୋଇଙ୍କ ଘରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଏକକାଳୀନ ପାଟଣାଗଡ ସ୍ଥିତ ଗଙ୍ଗାନଗରରେ ଥିବା ବାସଭବନ, ପୈତୃକ ଗାଁ ତମିଆ ଓ ଚଲକି ପଞ୍ଚାୟତ ଅଫିସରେ ଚଢ଼ାଉ ହୋଇଛି । ସମ୍ବଲପୁର ଭିଜିଲାନ୍ସ ଏସ୍‌ପି ସାରା ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ଚଢାଉ ହୋଇଥିବା ବେଳେ ବଲାଙ୍ଗିର ଭିଜିଲାନ୍ସ ଡ଼ିଏସପିଙ୍କ ନେତୃତ୍ୱରେ ସମ୍ବଲପୁର, ବରଗଡ଼ ଓ ସୋନପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ରେଡ୍ ଚାଲିଛି । ବିଶ୍ୱମ୍ବର ଭୋଇଙ୍କର କେତେ ଆୟ ବର୍ହିଭୂତ ସମ୍ପତ୍ତି ରହିଛି ସେନେଇ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.