ତୃଣମୂଳ ସ୍ତରରୁ କଂଗ୍ରେସକୁ ମଜବୁତ୍ କରିବାକୁ ବରଗଡ଼ ନଗର ଏବଂ ବ୍ଲକ କଂଗ୍ରେସ କମିଟିର କାର୍ଯ୍ୟନିର୍ବାହୀ ବୈଠକ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ବିଧାନସଭା ପ୍ରାର୍ଥୀ ନିପନ କୁମାର ଦାଶଙ୍କ ନିର୍ଦ୍ଦେଶ କ୍ରମେ ପରିଚାଳିତ କରାଯାଇ ବରଗଡ ନଗର ଏବଂ ବ୍ଲକ କଂଗ୍ରେସ କମିଟିର କାର୍ଯ୍ୟକାରୀ କମିଟି କାର୍ଯ୍ରନିର୍ବାହୀ ବୈଠକ ଆଜି ନଗର ସଭାପତି ସୁଧୀର ରଞ୍ଜନ ଜେନା ଏବଂ ବ୍ଲକ ସଭାପତି ଅନନ୍ତ ତାଣ୍ଡିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଟାଉନ ହଲ୍‌ରେ ଅନୁଷ୍ଠିତ ଏହି ସଭାରେ କଂଗ୍ରେସର ସମସ୍ତ ବରିଷ୍ଠ ନେତୃମଣ୍ଡଳୀ ଓ କର୍ମକର୍ତ୍ତା ନିଜ ନିଜ ମଧ୍ୟରେ ଉଚିତ୍ ସମନ୍ଵୟ ରକ୍ଷା କରି ନିଜର ମତ ପାର୍ଥକ୍ୟ ଭୁଲି ଦଳକୁ ତୃଣମୂଳ ସ୍ତରରେ ସଂଗଠିତ କରିବାକୁ ସଂକଳ୍ପ ନେଇଥିଲେ । ଦଳ ଆଗାମୀ ଦିନରେ କୃଷି ଓ କୃଷକଙ୍କ ସମସ୍ୟା, ୱାର୍ଡ଼ ଏବଂ ବ୍ଲକ ସ୍ତରର ସମସ୍ୟାକୁ ନେଇ ଆନ୍ଦୋଳନାତ୍ମକ ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଥିଲା । ବରଗଡ଼ ପୌରାଞ୍ଚଳ ଏବଂ ବ୍ଲକରେ ଥିବା ବେସରକାରୀ କଳ କାରଖାନାରେ ସ୍ଥାନୀୟ ନିଯୁକ୍ତି ଦାବୀ ନେଇ ଦଳ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି, ଠିକା କର୍ମଚାରୀଙ୍କୁ ସରକାର ସ୍ଥାୟୀ କରିବା ସହ ଓଡ଼ିଶାରେ ଠିକା ନିଯୁକ୍ତି ପ୍ରକ୍ରିୟା ବନ୍ଦ କରି ସମସ୍ତ ବେକାର ଯୁବକ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବାର ବ୍ୟବସ୍ଥାକୁ ଆପଣେଇବାକୁ ଦାବୀ କରାଯାଇଛି, ପୌରାଞ୍ଚଳ ଓ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ମନରେଗାରେ ହୋଇଥିବା ଦୁର୍ନୀତିର ପ୍ରକୃତ ତଦନ୍ତ କରି, ଏଥିରେ ସଂପୃକ୍ତ ସମସ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ କରିବା ସହ ନଗର ଏବଂ ବ୍ଲକରେ ବଞ୍ଚିତ ହୋଇଥିବା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଗୃହ ଯୋଗାଇ ଦିଆଯିବାକୁ ଦାବୀ କରାଯାଇଛି । ସେହିପରି ୱାର୍ଡ, ବ୍ଲକ, ପଞ୍ଚାୟତ ଓ ବୁଥ ସ୍ତରରୁ କଂଗ୍ରେସ ସଂଗଠନକୁ ମଜବୁତ୍ କରିବାକୁ ସଂକଳ୍ପ ନିଆଯାଇଥିଲା । ବୈଠକରେ ପୂର୍ବତନ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଯୁଗଳ ପ୍ରସାଦ ସିଂ, ଜିଲ୍ଲା ସଭାପତି ନିହାର ରଞ୍ଜନ ମହାନନ୍ଦ, ୨୦୧୯ ସାଧାରଣ ନିର୍ବାଚନ ବରଗଡ଼ ଲୋକସଭା ପ୍ରାର୍ଥୀ ପ୍ରଦୀପ ଦେବତା, ବରଗଡ ବିଧାନସଭା ପ୍ରାର୍ଥୀ ନିପନ ଦାଶ, ଜିଲ୍ଲା କଂଗ୍ରେସ ଉପସଭାପତି ରବିନାରାୟଣ ପଣ୍ଡା, ପାଣ୍ତବ କର୍ଣ୍ଣ, ନଗର ସଭାପତି ସୁଧୀର ରଂଜନ ଜେନା, ବ୍ଲକ ସଭାପତି ଅନନ୍ତ ତାଣ୍ଡି, ନଗର କଂଗ୍ରେସ ଉପସଭାପତି ସଞ୍ଜୀବ ମହାରଣା, ହରଦିପ ସିଂ ମଞ୍ଚାସୀନ ଥିଲେ । ବରିଷ୍ଠ ନେତୃମଣ୍ଡଳୀ ଉପସ୍ଥିତ ନବ ନିଯୁକ୍ତ କର୍ମକର୍ତ୍ତା ମାନଙ୍କୁ ସ୍ଵାଗତ କରିବା ସହ ଦଳ ମଧ୍ୟରେ ନିଜ ନିଜ ଭିତରେ ଥିବା ମତ ପାର୍ଥକ୍ୟକୁ ଭୁଲି ଏକଜୁଟ ହୋଇ ଲଢେଇ କରିବାକୁ ଆହ୍ଵାନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ନାୟକ, ସମ୍ପାଦକ ସୁଶୀଲ ଭୋଇ, ରାଜ୍ୟ ଯୁବ କଂଗ୍ରେସ ସୋସିଆଲ ମିଡ଼ିଆ ଅଧ୍ୟକ୍ଷ ଅଭିଳାଷ ପତି, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁଶାନ୍ତ ସାହୁ, ଜିଲ୍ଲା ଯୁବ କଂଗ୍ରେସ ସୋସିଆଲ ମିଡ଼ିଆ ସଂଯୋଜକ ପପୁ କୁମ୍ଭାର, ପୂର୍ବତନ ଛାତ୍ର କଂଗ୍ରେସ ସୋସିଆଲ ମିଡ଼ିଆ ଉପାଧ୍ୟକ୍ଷ ଅଭିଷେକ ନାୟକ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଗୌରବ ପତି, ରାଜୀବ ଗାନ୍ଧୀ ଛାତ୍ର ଫୋରମ ଜିଲ୍ଲା ସଭାପତି ପିକୁନ ନାଏକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଶେଷରେ ଜିଲ୍ଲା ମଜଦୁର କଂଗ୍ରେସ ସଭାପତି ବ୍ରହ୍ମାନନ୍ଦ ମହାକୁଡ଼ ଧନ୍ୟବାଦ୍ ଅର୍ପଣ କରିଥିଲେ । ଆଜିର ଏହି ନଗର ଏବଂ ବ୍ଲକ କଂଗ୍ରେସ କମିଟିର ବୈଠକରେ ବରଗଡ଼ ନଗର ଏବଂ ବ୍ଲକ କଂଗ୍ରେସ କମିଟିର ନବ ନିଯୁକ୍ତ କଂଗ୍ରେସ କମିଟି କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.