ଅବସରପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର ରଣାଙ୍କ ପରଲୋକ

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜ଼ିଲ୍ଲା ମ.ରାମପୁର ବ୍ଲକ ଅନର୍ଗତ ଅଲାତରାର ଅବସର ପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର ରଣା(୭୮) ବୟସରେ ଶନିବାର ସକାଳ ୫.୩୦ରେ ପରଲୋକ ହୋଇଛି । ସେ ପଞ୍ଚସଖା ଉଚ୍ଚ ବିଦ୍ୟାପୀଠର ପ୍ରତିଷ୍ଠତା ମଧ୍ୟରେ ଜଣେ, ଯେଉଁ ବିଦ୍ୟାଳୟ ଏବେ ସ୍ମାର୍ଟସ୍କୁଲରେ ମାନ୍ୟତା ପାଇ ଶିକ୍ଷା କ୍ଷେତ୍ରରେ ଏକ ନୁଆ ରୂପ ନେଇଛି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ୫ ପୁଅ ମଧ୍ୟରୁ ୪ ପୁଅ ପାର୍ଥ ରଣା, ସରୋଜ ରଣା, ଗଙ୍ଗାଧର ରଣା, ଓ ମନୋଜ ରଣା ଉପସ୍ଥିତ ଥିବା ବେଳେ ପୁଅ ଲଳିତ ମୋହନ ରଣା ରାୟପୁରରୁ ଆସି ସନ୍ଧ୍ୟାରେ ପହଞ୍ଚିଥିଲେ । ପରିବାର ସଦସ୍ୟ ଓ ବନ୍ଧୁ ପରିଜନ ଉପସ୍ଥିତ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିବା ବେଳେ ସେ ଜଣେ ଖେଳାଳୀ ଓ ଖେଳପ୍ରେମୀ ଓ ପରୋପକାରୀ ଥିଲେ । ତାଙ୍କ ପରଲୋକ ପାଇଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.