କବି ହେମନ୍ତ ଦାଶ ସମ୍ମାନୀତ

ତୁଷୁରା, (ଅଜିତ କୁମାର ସାହୁ) : ଦୈନିକ ଖବର କାଗଜ ସମ୍ବାଦ ପକ୍ଷରୁ ଆୟୋଜିତ “ମାତୃ ଦିବସ” ସନ୍ଦେଶ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ତୋଷରାର ଆଶୁକବି ହେମନ୍ତ ଦାଶ ବିଜେତା ହୋଇଛନ୍ତି । ତାଙ୍କୁ ସମ୍ବାଦ ପକ୍ଷରୁ ଏକ ରୌପ୍ୟ ମୁଦ୍ରା ପୁରସ୍କାର ସ୍ୱରୂପ ଭେଟି ଦେଇଛନ୍ତି । ତୁଷୁରାର ସମ୍ବାଦ ପ୍ରତିନିଧି ସୁନିଲ ଜୈନ ଉକ୍ତ ପୁରସ୍କାର ରାଶି ଶ୍ରୀ ଦାଶଙ୍କୁ ପ୍ରଦାନ କରିଛନ୍ତି ।ଏଇ ଖବର ପ୍ରସାରିତ ହେବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ଓ ଶ୍ରୀ ଦାଶଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି ।

Leave A Reply

Your email address will not be published.