jayashree

ଯୌତୁକ ଜନିତ ହତ୍ୟା ଅଭିଯୋଗ

କଂଟାବାଂଜି, (ମନୀଶ କୁମାର ହଂସ) : ତୁରେକେଲା ଥାନା କନ୍ଦେଇ ପଂଚାୟତର ଟିକ୍ରାପଡାରେ ଜଣେ ବିବାହିତା ମହିଳାଙ୍କୁ ତାର ସ୍ୱାମୀ ଯୌତୁକ ଦାବୀ କରି ହତ୍ୟା କରିଥିବା ମହିଳାଙ୍କ ପରିବାର ତରଫରୁ ଅଭିଯୋଗ ହୋଇଛି । ତୁରେକେଲା ଥାନାରୁ ମିଳିଥିବା ସୂଚନା ଅନୁସାରେ ଏହିି ଥାନାର ବାଂଜିପାଲି ଗାଁର ହଳଧର ମାଝିଙ୍କ ଝିଅ ପ୍ରେମଶିଳା ମାଝି(୨୨)ଙ୍କୁ ଟିକ୍ରାପଡା ଗାଁର ପ୍ରତାପ ମାଝି ନାମକ ବ୍ୟକ୍ତି ୨୦୨୦ ମସିହା ମେ’ ମାସ ୮ ତାରିଖ ଦିନ ସାମାଜିକ ରୀତିରେ ବିବାହ କରିଥିଲେ । ବିବାହ ସମୟରେ ସମସ୍ତ ଘରକରଣା ସାମଗ୍ରୀ, ସୁନାରୂପା ଓ ଦୁଇ ଚକିଆ ମୋଟର ସାଇକଲ ମଧ୍ୟ ଯୌତୁକ ଦେଇଥିଲେ । ବିଭିନ୍ନ ସମୟରେ ପ୍ରତାପ ଅଧିକ ଯୌତୁକ ଦାବୀ କରି ଗତ ତା୩/୯/୨୦୨୧ରେ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବା ପାଇଁ ଘରେ ରସି ଲଗାଇ ଝୁଲାଇ ଦେଇଥିବା ମୃତକର ଭାଇ ଗିରିଧାରି ମାଝି ଅଭିଯୋଗ କରିଛନ୍ତି । ତୁରେକେଲା ଥାନା କେସ ନଂ. ୧୫୮/୨୧ ତା.୦୪.୦୯.୨୦୨୧ ଦଫା ୪୯୮/୩୦୨/୩୪ ଆଇ.ପି.ସି. ରୁଜୁ କରି ଅଧିକ ତଦନ୍ତ ଜାରି କରୁଥିବା ତୁରେକେଲା ଥାନା ଆଇ.ଆଇ.ସି. କମଲ କିଶୋର ବେହେରାଙ୍କଠାରୁ ପ୍ରକାଶ ।

Leave A Reply

Your email address will not be published.