ଜିଲ୍ଲାପାଳଙ୍କ କଂଟାବାଂଜି ଗସ୍ତ : ଜବର ଦଖଲ ସରକାରୀ ଜମି ଉଛେଦ ପାଇଁ ତାଗିଦ

କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ଶନିବାର ଦିନ କଂଟାବାଂଜି ଗସ୍ତରେ ଆସିବା ମଧ୍ୟରେ ସହରର ବିଭିନ୍ନ ଅଂଚଳ ପରିଦର୍ଶନ କରିଛନ୍ତି । ବିର୍ଣ୍ଣା ରୋଡସ୍ଥିତ ଚିଲଡ୍ରେନ୍‌ ପାର୍କ ଅଂଚଳରେ ସ୍ଥାନୀୟ ଏନ୍‌ଏସିର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ମାନ କରିବାର ପ୍ରସ୍ତାବ ରହିଛି କିନ୍ତୁ ୧୦ ଏକର ୫୦ ଡିସମିଲ ଜମି କେତେକ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଜବର ଦଖଲ ଥିବାରୁ କୌଣସି ଯୋଜନା କାର୍ଯ୍ୟକାରୀ ହୋଇପାରୁ ନାହିଁ ତେଣୁ ଦଶହରା ପୂର୍ବରୁ ଚିଲଡ୍ରେନ୍‌ ପାର୍କ ପରିସରରେ ଥିବା ଜବର ଦଖଲ ଜମି ଉଚ୍ଛେଦ ପାଇଁ ତହସିଲଦାର ଅଶୋକ ମାଝିଙ୍କୁ କହିଛନ୍ତି । ଏପରିକି ତହସିଲଦାରଙ୍କ ପଦକ୍ଷେପ ଯୋଗୁଁ ସହରରେ ଥିବା ଅନେକ ସରକାରୀ ଜମି ଉଚ୍ଛେଦ ହୋଇଥିବାରୁ ଧନ୍ୟବାଦ ମଧ୍ୟ ଦେଇଥିଲେ ।

Leave A Reply

Your email address will not be published.