oom

ମୋବାଇଲ ଟାୱାର ଦାବୀ ନେଇ କେ.ଭି.ସିଂଦେଓଙ୍କ ରାସ୍ତା ଅବରୋଧ କଲେ କାଦୋବେଡା ଗ୍ରାମବାସୀ

jsmm

କଂଟାବାଂଜି, (ମନିଶ କୁମାର ହଂସ) : କାଦୋବେଡା ଗାଁର ରିଚେକ ବନଛୋରର କୀଟ ନାଶକ ଔଷଧ ପିଇ ଆତ୍ମ ହତ୍ୟା କରିଥିବା ଘଟଣା ଉପରେ ଜିଲ୍ଲା ଭାଜପା ପ୍ରତିନିଧି ସହ ଭାଜପାର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ, ପାଟଣାଗଡର ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ଶନିବାର ଦିନ କାଦୋବେଡା ଯାଇଥିଲେ । ଗାଁର ମରୁଡି ଅନୁଧ୍ୟାନ ସମୟରେ ସମସ୍ତ ଚାଷ ଜମି ସହ ଗ୍ରାମବାସୀଙ୍କ ସମସ୍ୟା ପରଖିବା ପୂର୍ବରୁ ଗ୍ରାବାସୀ ମୁଖ୍ୟରାସ୍ତାରେ ବସିପଡି ରାସ୍ତା ଅବରୋଧ କରିବା ସହିତ ଗାଁରେ ଏକ ମୋବାଇଲ ଟାୱାର ଯଥା ଶିଘ୍ର ସ୍ଥାପନ କରିବା ସହିତ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଥିଲେ । ଶ୍ରୀ ସିଂହଦେଓ ମୋବାଇଲ ଟାୱାର ପ୍ରତିଷ୍ଠା ପାଇଁ ସାଂସଦ ସଂଗୀତା କୁମାର ସିଂହଦେଓଙ୍କୁ ଅବଗତ କରି ଯଥା ଶୀଘ୍ର ପଦକ୍ଷେପ ନେବା ପାଇଁ ପ୍ରତିଶୃତି ଦେବାରୁ ଗ୍ରାମବାସୀ ରାସ୍ତା ଅବରୋଧରୁ ଓହରି ଥିଲେ ।

jittmm
Leave A Reply

Your email address will not be published.