ଖାଣ୍ଟି ଓଡିଆ ଖାଦ୍ୟ ଯୋଗାଇ ଦେବ ଓଟିଡିସିର ‘ନିମନ୍ତ୍ରଣ’ ରେଷ୍ଟୁରାଂଟ୍ : ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଆ ଖାଦ୍ୟର ପ୍ରସାର ପାଇଁ ଓଟିଡିସି ନୂଆ ପଦକ୍ଷେପ ନେଇଛି । ଓଡିଆ ପାରମ୍ପରିକ ଖାଦ୍ୟର ଲୋକପ୍ରିୟତା ବୃଦ୍ଧି ସହ ସୁବିଧାରେ ଏହାକୁ ଉପଲବ୍ଧ କରାଇବା ପାଇଁ ଓଟିଡିସି ପକ୍ଷରୁ ଭୁବନେଶ୍ୱର ସହିଦ ନଗରରେ ‘ନିମନ୍ତ୍ରଣ’-ଖାଣ୍ଟି ଓଡିଆ ଖାଦ୍ୟ ରେଷ୍ଟୁରାଂଟ୍ ଆରମ୍ଭ ହୋଉଛି, ଯାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାର ଲୋକାର୍ପଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଓଟିଡିସି ଅଧକ୍ଷା ଶ୍ରୀମୟୀ ମିଶ୍ର ଓ ୫ଟି ସଚିବ ଭି.କେ ପାଣ୍ଡିୟାନ ଉପସ୍ଥିତ ରହିଥିଲେ । ୧୨୫ କେଜି ଓଡିଶା ମାନଚିତ୍ର ପ୍ରତିକୃତିର ସବୁ ଜିଲ୍ଲାର ସ୍ୱତନ୍ତ୍ର ଖାଦ୍ୟକୁ ନେଇ ପୋଡ଼ ପିଠା ନିର୍ମିତ ସ୍ୱତନ୍ତ୍ର କେକ୍‌ କାଟି ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଫଳରେ ସ୍ଵତନ୍ତ୍ର ଭାବେ ବାହାର ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟର ଘରୋଇ ଖାଦ୍ୟ ମିଳିବ ବୋଲି କହିଛନ୍ତି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ।

Leave A Reply

Your email address will not be published.