ls

ନୂତନ ପୋଲିସ ଅଫିସ ଉଦ୍‌ଘାଟିତ

a12

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପଛପଟେ ଏକ ନୂତନ ପୋଲିସ ଅଫିସ ଉଦ୍‌ଘାଟିତ ହୋଇଯାଇଛି । ଡିଜିପି ଅଭୟ ଭର୍ଚୁଏଲ ମୋଡରେ ଏହାକୁ ଉଦ୍‌ଘାଟନ କରିଛନ୍ତି । ଏହି ସମୟରେ ଡିଆଇଜି ଡା. ଦୀପକ କୁମାର, ଜିଲ୍ଲାପାଳ ଚଂଚଲ ରାଣା, ପୋଲିସ ଆରକ୍ଷୀ ଅଧୀକ୍ଷକ ନିତୀନ କୁଶଲକର ସମେତ ଜିଲ୍ଲାର ବିଭିନ୍ନ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ । ଡିଜିପି ଅଭୟଙ୍କ ଅନୁମୋଦନ କ୍ରମେ ବିଭିନ୍ନ କ୍ଷେତ୍ରରେ ବିଶେଷ ଭୂମିକା ଗ୍ରହଣ କରିଥିବା ଜିଲ୍ଲାର ୩ଜଣ ପୋଲିସ କର୍ମଚାରୀ ଯଥା ପାଟଣାଗଡ ଥାନା ଏସଆଇ ସଂଜୁକ୍ତା ପ୍ରଧାନ, ବଲାଙ୍ଗିର ଟାଉନ ଥାନା ଏଏସ୍‌ଆଇ ଅକୃର ପାତ୍ର ଓ ତୁରେକେଲା ଥାନା ଏସ୍‌ଆଇ ଦୀପକ ଡୁଙ୍ଗଡୁଙ୍ଗଙ୍କୁ ଡିଆଜି ଡା. ଦୀପକ କୁମାର ସମ୍ବର୍ଦ୍ଧିତ କରିଥିଲେ । ଆଜିର ସମୟରେ ଅପରାଧ ବଢିଛି । ଅବଶ୍ୟକତା ଅନୁସାରେ ପୋଲିସର ନୂତନ ବିଭାଗ ସବୁ ସୃଷ୍ଟି ହୋଇଛି । ଏହି ନୂଆଁ କୋଠା ସେ ସବୁ ବିଭାଗର ଅବଶ୍ୟକତାକୁ ପୁରଣ କରିବ ବୋଲି ଡିଆଜି ଡା. ଦୀପକ କୁମାର ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି ।

manabhanjan
Leave A Reply

Your email address will not be published.