oom

ଦେଓଗାଁ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବାକୁ ଦାବୀ ନେଇ ଦ୍ୱିତୀୟ ଦିନରେ ଅନିଶ୍ଚିତତା ଧାରଣା

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବାକୁ ଅନିଶ୍ଚିତତା ଦାବୀ ଗୁରୁବାର ୨ୟ ଦିନରେ ପହଞ୍ଚିଛି । ଧାରଣା ନେତୃତ୍ୱ ନେଇଥିବା ବ୍ୟକ୍ତିମାନେ କହିଛନ୍ତି ଯେ, ଗୁରୁବାର ପ୍ରଶାସନ ପକ୍ଷରୁ କେହି ଆସି ନ ଥିବା ବେଳେ ଦେଓଗାଁ ବ୍ଳକର ବିଭିନ୍ନ ଗାଁକୁ ସହଯୋଗୀମାନେ ଯାଇ ଚାଷୀମାନଙ୍କୁ ସହଯୋଗ କରିବାକୁ ଲିଫଲେଟ ଜରିଆରେ ଅନୁରୋଧ କରୁଛନ୍ତି । ଆସନ୍ତା କାଲିଠାରୁ ପ୍ରତ୍ୟେକ ପଞ୍ଚଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ସମ୍ପୂର୍ଣ୍ଣ ସହଯୋଗ ଭିକ୍ଷା କରିବେ ବୋଲି କହିଛନ୍ତି । ବଲାଙ୍ଗିର ଜିଲ୍ଲା ଦେଓଗାଁ ସ୍ଥିତି ବିଜୟା ନନ୍ଦ ସମବାୟ ଚିନିକଳକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଭିଲେଜର୍ସ ପାର୍ଟି ଅଫ ଇଣ୍ଡିଆ, ପଞ୍ଚିମ ଓଡ଼ିଶା ସେବା ସଂଘ, ବିଜୟାନନ୍ଦ ଚିନିକଳ କର୍ମଚାରୀ ସଂଘ, ଆଦିବାସୀ ଅଧିକାର ମହାସଂଘ ପକ୍ଷରୁ ବୁଧବାର ୧୧ଟା ସମୟରୁ ଚିନିକଳ ସମ୍ମୁଖରେ ଧାରଣା ଦେବା ସହ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ଭିଆଇପି ସଭାପତି ଡ. ବିପିନ କୁଶଳିଆଙ୍କ ନେତୃତ୍ୱରେ ପଶ୍ଚିମ ଓଡ଼ିଶା ସେବା ସଂଘର ରାଜେଶ ବଗର୍ତ୍ତି, ଆଦିବାସୀ ଅଧିକାର ମହାସଂଘ ଦ୍ୱିଜ ଦଳପତି ପ୍ରମୁଖ ଧାରଣାର ନେତୃତ୍ୱ ନେଉଛନ୍ତି । ପ୍ରକାଶ ଥାଉ କି ଶିଳ୍ପ ବିହୀନ ବଲାଙ୍ଗିର ଜିଳ୍ଲାରେ ଥିବା ଏକମାତ୍ର ଚିନିକଳ ଗତ ୨୦୧୪ରୁ ବନ୍ଦ ହୋଇଛି । ଏହା ଫଳରେ କେବଳ ଅଭିଭକ୍ତ ବଲାଙ୍ଗିର ଜିଲ୍ଲା ନୁହେଁ କଳାହାଣ୍ଡି, ଫଳବାଣୀ ଜିଲ୍ଲାର ଚାଷୀମାନେ ନିଜର ଗୁରୁରାଣ ହରାଇଛନ୍ତି । କେବଳ ଚାଷୀ ନୁହନ୍ତି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଲାଭ ପାଇବାକୁ ଥିବା ୧୦ହଜାର ଶ୍ରମିକ ବେସାହାରା ହୋଇଛନ୍ତି । ତେଣୁ ସରକାର ତୁରନ୍ତ ଚିନିକଳ ଚାଲୁ କରିବା ପାଇଁ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.