oom

ଓଡ଼ିଶାକୁ ସାର ଯୋଗାଇବା ଦାବୀରେ ବିଜେଡ଼ିର ଧାରଣା

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : କୃଷି ପ୍ରଧାନ ଓଡ଼ିଶାରେ ଏବଂ ବରଗଡ଼ ଜିଲ୍ଲାରେ ସାରର ଅଭାବ ଲାଗି ରହିଛି । କେନ୍ଦ୍ର ସରକାର ଓଡ଼ିଶାକୁ ଆବଶ୍ୟକ ପରିମାଣରେ ସାର ଯୋଗୁଉ ନାହାନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଯେତେ ଚିଠି ଲେଖିଲେ ମଧ୍ୟ ସୁଫଳ ମିଳୁନାହିଁ । ଫଳରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ ବରଗଡ଼ ଜିଲ୍ଲାରେ ମଧ୍ୟ ସବୁବେଳେ ସାରର ଅଭାବ ପରିଲକ୍ଷିତ ହେଉଛି । ଆସନ୍ତା ଦିନରେ ଦେଢ଼ ଲକ୍ଷ ଟନ୍ ସାର ଯୋଗାଇ ଦେବା ଦାବୀରେ ବିଜୁ କୃଷକ ଜନତା ଦଳ ପକ୍ଷରୁ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କେନ୍ଦ୍ର ସରକାର ଆଗାମୀ ଦିନରେ ସାର ଯୋଗାଇ ନଦେଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ବିକ୍ଷୋଭକାରୀମାନେ ଚେତାବନୀ ଦେଇଥିଲେ । ବିଜୁ କୃଷକ ଜନତା ଦଳର ଜିଲ୍ଲା ସଭାପତି ଗୌରହରି ମିଶ୍ରଙ୍କ ପରିଚାଳନା ଆୟୋଜିତ ସଭାରେ ରାଜ୍ୟ ସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି କରନ ସିକନ୍ଦର, ମହେନ୍ଦ୍ର କୁମାର ମେହେର, ସାଧୁ ନେପାକ, ନରେନ୍ଦ୍ର ହୋତା, ବରଗଡ଼ ବ୍ଲକ ସଭାପତି ପ୍ରଫୁଲ୍ଲ କୁମାର ନାଏକ, ସମୀର ସିଂ, ଜନାର୍ଦ୍ଦନ ପାଣିଗ୍ରାହୀ, ଶ୍ରୀ ବତ୍ସ ଛତର, ଶକୁନ୍ତଳା ମହାପାତ୍ର, କଳ୍ପନା ମାଝୀ ତଥା ବିଭିନ୍ନ ଅଞ୍ଚଳରୁ ଚାଷୀ କର୍ମୀମାନେ ସାମିଲ ହୋଇଥିଲେ । ପରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ଦାବୀପତ୍ର ବରଗଡ଼ ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କୁ ପ୍ରଦାନ କରାଯାଇଥିଲା ।

jittmm
Leave A Reply

Your email address will not be published.