oom

ମଲାଡ଼ ପଞ୍ଚାୟତରେ ମେଗା ଉଦ୍‌ଘାଟନ କାର୍ଯ୍ୟକ୍ରମ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ପଞ୍ଚାୟତ ମେଗା ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କୁଶପଲ୍ଲୀ ଗ୍ରାମରେ କଲ୍ୟାଣ ମଣ୍ଡପ ଓ ପାଣିବନ୍ଧ ଗ୍ରାମରେ ବ୍ୟାୟାମଶାଳା ଓ ମିଶନଶକ୍ତି ଗୃହ, କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କ୍ୱାଟର ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ସରପଞ୍ଚ ପ୍ରଭାତ କୁମାର ସେଠୀ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ସନ୍ତୋଷପୁର ସରପଞ୍ଚ ନିରଞ୍ଜନ ରେଡ୍ଡୀ, ରାଜପୁର ସରପଞ୍ଚ ସନ୍ତୋଷ ସେଠି, ସିଡିପିଓ ସଲୀଳା ପ୍ରଧାନ, ଅଙ୍ଗନବାଡି ସୁପରଭାଇଜର ସୁମିତ୍ରା ଦାଶ, ରାମଗଡ଼ ସମିତିସଭ୍ୟ ପ୍ରତିନିଧି ମୁକୁନ୍ଦ ଚନ୍ଦ୍ର ପଲାଇ, ପାଣିବନ୍ଧ ଗ୍ରାମ୍ୟ ସଭାପତି ଦୁର୍ଯ୍ୟୋଧନ ସାହୁ, କୁଶପଲ୍ଲୀ ଗ୍ରାମ୍ୟ ସଭାପତି ବଟ ବିଶ୍ୱାଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନବୀନ ସରକାରଙ୍କ ଏହି ସବୁ ଜନକଲ୍ୟାଣ ପ୍ରକଳ୍ପ ଯୋଗୁଁ ଅଞ୍ଚଳ ମା, ଭଉଣୀ, ଯୁବଗୋଷ୍ଟୀ ଓ ବିଭିନ୍ନ ବର୍ଗର ଲୋକେ ଉପକୃତ ହୋଇପାରିବେ ବୋଲି କହିବା ସହ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଅଙ୍ଗନବାଡି କର୍ମୀ, ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ଓ ବହୁ ସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.