ଜାତୀୟ କ୍ରୀଡା ଦିବସରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ଓଡ଼ିଶା ଡ୍ରାଇଭର ମହାସଂଘ ଓ ନିଷ୍ଠା ପରିବାରର ମିଳିତ ଉଦ୍ୟମରେ ଆଜି ଜାତୀୟ କ୍ରୀଡା ଦିବସ ଅବସରରେ ବରଗଡ଼ ଗୁଡେସୀରା ସ୍ଥିତ ମାର୍କେଟ ୟାର୍ଡରେ ଏକ ରକ୍ତ ଦାନ ଶିବିରର ଆୟୋଜନ କରିବା ସହ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ବରଗଡ଼ ସଦର ଥାନା ଅଧିକାରୀ ବିରଳ ଚନ୍ଦ୍ର ସହିଶ ଫିତା କାଟି ଉଦଘାଟନ କରିଥିଲେ । ସମସ୍ତ ଜିଲ୍ଲାରୁ ଆସିଥିବା ଡ୍ରାଇଭର ମାନେ ସ୍ୱଇଛାରେ ରକ୍ତ ଦାନ ଭଳି ଶ୍ରେଷ୍ଠ ଦାନ କରିଥିଲେ । ଡ୍ରାଇଭର ମାନେ ଯେ କେବଳ ଗାଡି ଚଲାନ୍ତି ତାହା ନୁହେଁ ତାଙ୍କର ମଧ୍ୟ ସାମାଜିକ ଦାୟିତ୍ୱ ବୋଧ ଅଛି ଏଥିରୁ ସେମାନେ ପ୍ରମାଣିତ କରିଛନ୍ତି । ଏହି ଶିବିରରେ ସର୍ବମୋଟ ୧୦୧ ୟୁନିଟ୍ ରକ୍ତ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା । ଏହି ମହତ କାର୍ଯ୍ୟକ୍ରମରେ ଓଡ଼ିଶା ଡ୍ରାଇଭର ମହାସଂଘର ସଭାପତି ନୀଳାମ୍ବର ସା, ସମ୍ପାଦକ ସୁଧୀର ଦାସ, କୋଷାଧ୍ୟକ୍ଷ ସୁମନ୍ତ ମେଣ୍ଡୁଲି, ସେବରାମ ସାହୁଙ୍କ ସହ ଅନ୍ୟ ଡ୍ରାଇଭରମାନେ ଓ ନିଷ୍ଠା ପରିବାରର ଉପଦେଷ୍ଟା ଉତ୍ତମ ଦାସ, ବିଦ୍ୟାଧର ଭୋଇ, ସଭାପତି ରକ୍ଷପାଲ ସାହୁ, ସମ୍ପାଦକ ଅଶ୍ୱିନୀ ତ୍ରିପାଠୀ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ସହ ସମ୍ପାଦକ ମଦନ ମୋହନ ଦାସ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ । ଶେଷରେ ନିଷ୍ଠା ପରିବାର ତରଫରୁ ଓଡ଼ିଶା ଡ୍ରାଇଭର ମହାସଂଘକୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.