oom

ରାଷ୍ଟ୍ରୀୟ କ୍ରୀଡା ଦିବସ ଅବସରରେ ସାଇକେଲ ଶୋଭାଯାତ୍ରା

jsmm

କଳାହାଣ୍ଡି, (ନରୋତ୍ତମ ସେଲମା) : ରାଷ୍ଟ୍ରୀୟ କ୍ରୀଡା ଦିବସ ଉପଲକ୍ଷେ ସ୍ଥାନୀୟ ମାରୱାଡି ଯୁବା ମଞ୍ଚ ମ.ରାମପୁର ପକ୍ଷରୁ ଏକ ସାଇକଲ ରାଲି ଅନୁଷ୍ଠିତ ହୋଇଯାଇଛି । ଆଜି ମେଜର ଧାନ ଚାନ୍ଦଙ୍କ ଜନ୍ମଦିନ ତଥା ରାଷ୍ଟ୍ରୀୟ କ୍ରୀଡ଼ା ଦିବସ । ଏଣୁ ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଭାରତୀୟ ମାରୱାଡି ଯୁବା ମଞ୍ଚ ପକ୍ଷରୁ ସାରା ଦେଶରେ ମାରାଥନ୍ ଓ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜିତ ହୋଇଛି । ଏହି କ୍ରମରେ ମାରୱାଡି ଯୁବା ମଞ୍ଚ ମ. ରାମପୁର ଶାଖା ଦ୍ୱାରା ରାଷ୍ଟ୍ରୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସାଇକଲ ମାରାଥନ ଅନୁଷ୍ଠିତ କରଯାଇଥିଲା । ଯାହା ମ. ରାମପୁର ଚାରିଛକ ଠାରୁ ଆରମ୍ଭ ହୋଇ ଏହି ମାରାଥନ୍ ବୁରାଟ୍ ପର୍ଯ୍ୟନ୍ତ ଯାଇଥିଲା । ଏଥିରେ ମାରୱାଡ଼ି ଯୁବ ମଂଚର ସଭାପତି ସୁମିତ କୁମାର ଅଗ୍ରୱାଲ, ସମ୍ପାଦକ କମଳ ଅଗ୍ରୱାଲ, ଅଂଶଗ୍ରହଣକାରୀ ବଜରଙ୍ଗ ଅଗ୍ରୱାଲ, ଦିନେଶ ଜୈନ, ଦିଲିପ ଅଗ୍ରୱାଲ, ନବୀନ ଅଗ୍ରୱାଲ, ଆନନ୍ଦ ଅଗ୍ରୱାଲ, ବଣ୍ଟି ମିତ୍ତଲ, ନସିବ ଜିନ୍ଦଲ, ଜଗମୋହନ ଗୁପ୍ତା, ଗୁଡୁ, ଅଭିଷେକ, ସ୍ୱୟଂମ, ପୀୟୁଷ, ବିକାଶ, ସମ୍ୟ, କାହ୍ନା ପ୍ରମୁଖ ଯୋଗଦେଇଥିଲେ ।

jittmm
Leave A Reply

Your email address will not be published.