oom

ସମନ୍ୱିତ ଜଳ ସେଚନ ପ୍ରକଳ୍ପ ଶୀର୍ଷକ ଏକଦିବସୀୟ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ପଂଚାୟତ ସମିତି ସଭା ଗୃହରେ ବଲାଙ୍ଗିର ଜିଲ୍ଲା ଜୋନ-୫ ସହେଯାଗୀ ଅନୁଷ୍ଠାନ ଆଇଆର୍‌ଡିଏମ୍‌ଏସ୍‌ ଦ୍ୱାରା ଆୟୋଜିତ ଓଡିଶା ଜଳବାୟୁ ପରିବର୍ତ୍ତିତ କୃଷି ନିମନ୍ତେ ସମନ୍ୱିତ ଜଳ ସେଚନ ପ୍ରକଳ୍ପ ଶୀର୍ଷକ ଏକ ଦିବସୀୟ ଜିଲ୍ଲା ସ୍ତରୀୟ କର୍ମଶାଳା ରାଜବୋଡାସମ୍ବର ବ୍ଲକ ପଦ୍ମପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ପଦ୍ମପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷ(ବ୍ଲକ ଚେୟାମେନ), ଉପସ୍ଥିତ କୃଷି, ଉଦ୍ୟାନ, ମତ୍ସ୍ୟ ଓ ଜଳ ସଂପଦ ବିଭାଗର କର୍ମକର୍ତା ତଥା ଆଇଆର୍‌ଡିଏମ୍‌ଏସ୍‌ର କାର୍ଯ୍ୟକର୍ତ୍ତା ମାନଙ୍କୁ କର୍ମଶାଳାରେ ଉପସ୍ଥିତ ଥିବା ପାଇଁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟାନୁଷ୍ଠାନକୁ ବରଗଡ ଜିଲ୍ଲାରେ ସଫଳ କରିବା ପାଇଁ ପରାମର୍ଶ ଦେଇଥିଲେ । ଆଇଆର୍‌ଡିଏମ୍‌ଏସ୍‌ର ରାଜ୍ୟ କାର୍ଯ୍ୟକ୍ରମ ପରିଚାଳକ ଶିଶିକାନ୍ତ ମହାପାତ୍ର ଜୋନ ୫ ଟିମ୍‌ ଲିଡର ମିହିର ରଂଜନ ସାଗାର, କୃଷି ଓ ମତ୍ସ୍ୟ ପରାମର୍ଶ ଦାତା ସଦସ୍ୟମାନେ ସହେଯାଗୀ ଅନୁଷ୍ଠାନର ଭୂମିକା ଓ ଚଳିତ ବାର୍ଷିକ କାର୍ଯ୍ୟ ଖସଡା ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ଜିଲ୍ଲାକୃଷି ଅଧିକାରୀ ବରଗଡ ସନ୍ତୋଷ କୁମାର ମହାରଣା ଉଦ୍ୟାନ ବିଭାଗ ସହକାରୀ ନିର୍ଦ୍ଦେଶକ ଗୋବିନ୍ଦ ପ୍ରଧାନ, କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଗୋପାଳ ଚନ୍ଦ୍ର ଲେଙ୍କା ନିଜ ନିଜ ବିଭାଗରେ କାର୍ଯ୍ୟକାରୀ ହୋଇଥିବା ଯୋଜନା ସଂପର୍କରେ ବୈଠକରେ ଉପସ୍ଥାପନ କରିଥିଲେ । ପଦ୍ମପୁର ବ୍ଲକ ଉନ୍ନୟନ ଅଧିକାରୀ ଶଙ୍କରସଣ ବେହେରା ଓ.ପ୍ର.ସେ କର୍ମଶାଳା ଆରମ୍ଭରୁ ସମାପ୍ତ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମକୁ ସୃଙ୍ଖଳିତ ସହ ପରିଚାଳନା କରିଥିଲେ । ଆଇଆର୍‌ଡିଏମ୍‌ଏସ୍‌ର ମତ୍ସ୍ୟ ପରାମର୍ଶ ଦାତା ଅନୁଷ୍ଠାନ ତରଫରୁ ଅଧ୍ୟକ୍ଷ ମାନଙ୍କୁ କୃତଜ୍ଞତା ଜ୍ଞାପନ ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.