ଦେଓଗାଁ ତହସିଲରେ ଭୂମିହୀନଙ୍କୁ ଲିଜ ଜମି ପ୍ରଦାନ ବ୍ୟବସ୍ଥା ବିଫଳ : ୨ ବର୍ଷରେ ଲକ୍ଷ୍ୟଧାର୍ଯ୍ୟ ହୋଇଛି ୩୨୪, ପଟ୍ଟା ପାଇଛନ୍ତି ମାତ୍ର ୮୦ ପରିବାର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ତହସିଲରେ କର୍ମଚାରୀ ଅଭାବରୁ କାମ ଆଗେଇ ପାରୁନାହିଁ । ଯାହାଫଳରେ ଭୂମିହୀନଙ୍କୁ ୪ ଡେସିମିଲ ଭୂମି ପ୍ରଦାନ ପାଇଁ ସରକାର କରିଥବା ବ୍ୟବସ୍ତାକୁ ଭୂମିହୀନମାନେ ଉପକୃତ ହୋଇପାରୁ ନାହାନ୍ତି । ଦେଓଗାଁ ତହସିଲ ଅଧିନରେ ଶହ ଶହ ଭୂମିହୀନ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ବେଳେ ଅନେକ ଭୂମିହୀନ ହିତାଧିକାରୀ ବାଧ୍ୟ ହୋଇ ସରକାରୀ ଜମି ଉପରେ ଆବାସ ଯୋଜନାରେ ଘର କରି ରହୁଥିବା ଦେଖିବାକୁ ମିଳିଛି । ଦେଓଗାଁ ତହସିଲରେ ୨୦୧୯/୨୦ ଆର୍ଥିକ ବର୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ୩୨୪ଟି ଭୂମିହୀନ ପରିବାରକୁ ୪ଡେସିମିଲ ଲେଖାଏଁ ଭୂମି ଯୋଗାଇ ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଆବେଦନ କରିଥିବା ଶହ ଶହ ହିତାଧିକାରୀ ମଧ୍ୟରୁ ମାତ୍ର ୧୩୩ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି । ବାକି ଥିବା ୧୯୧ ମଧ୍ୟରୁ ଅନେକ ଅଯୋଗ୍ୟ ଯାହାର ଭୂମି ଅଛି କିନ୍ତୁ ଆବେଦନ କରିଥିବା ଜଣାପଡ଼ିଛି । ଯୋଗ୍ୟ ବିବେଚିତ ହୋଇଥିବା ୧୩୩ଟି ଭୂମି ହୀନ ପରିବାର ମଧ୍ୟରୁ ମାତ୍ର ୮୦ ପରିବାରକୁ ପଟ୍ଟା ପ୍ରଦାନ କରାଯାଇଥିବା ବେଳେ ଅନେକ ହିତାଧିକାରୀଙ୍କୁ ଭୂମି ଚିହ୍ନଟ କରାଯାଇ ନାହିଁ କାରଣ ତହସିଲରେ ଆବଶ୍ୟକୀୟ କର୍ମଚାରୀ ଅଭାବରୁ କାମ ବିଳମ୍ବ ହୋଇଥିବା ଜଣାପଡ଼ିଛି । ଲିଜ ଜମି ପ୍ରଦାନରେ ବିଳମ୍ବକୁ ନେଇ ତହସିଲଦାର ଯୁଗଲ କିଶୋର ବିଶ୍ବାଲଙ୍କୁ ପଚାରିବାରୁ ଗୋଟିଏ ମାସ ମଧ୍ୟରେ କାମ ସମାପ୍ତ କରାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.