jayashree

ଖାଦ୍ୟ ଓ ପୃଷ୍ଟିସାର ସୁରକ୍ଷା ସଂପର୍କୀତ ଜାତୀୟ ଅଭିଯାନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ‘ଆଜାଦୀ କା ଅମୃତ’ ମହୋତ୍ସବ ପାଳନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ଠାରେ ‘କୃଷକଙ୍କ ଖାଦ୍ୟ ନିରାପତ୍ତା ଓ ପୃଷ୍ଟିସାର ସଂପର୍କୀତ ଜାତୀୟ ଅଭିଯାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରଣାଳୟ ଓ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ପକ୍ଷରୁ ଆୟୋଜିତ ଏହି ଜାତୀୟ ଅଭିଯାନରେ କେଭିକେର ବରିଷ୍ଠ ବୈଜ୍ଞାନିକ ଡ.ଜୀବନଜିତ ସେନ ସଭାପତିତ୍ୱ କରିଥିବା ବେଳେ କାର୍ଯ୍ୟଶାଳାରେ କୃଷକ ଓ କୃଷି ଶ୍ରମଜୀବୀ ପରିବାରର ଖାଦ୍ୟ ନିରାପତ୍ତା ସହ ପୃଷ୍ଟିସାର ଉପରେ ଆଲୋଚନା କରାଯାଇ ସୁଷମ ଓ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଗ୍ରହଣ ସହ ଖାଦ୍ୟ ସଂରକ୍ଷଣକୁ ଗୁରୁତ୍ୱ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷାକୁମାରୀଙ୍କ ସହ ଜଳଛାୟା ପ୍ରକଳ୍ପର ନିର୍ଦ୍ଦେଶକ ରମେଶ ଦେହୁରୀ, ମିଶନ ଶକ୍ତିର ଡିପିସି କାର୍ତ୍ତିକ ନାୟକ ଓ ଡିପିଏମ୍ ଯୁବରାଜ ସାହୁ ପ୍ରମୁଖ ଯୋଗଦେଇ ଖାଦ୍ୟ ସୁରକ୍ଷା ଉପରେ ଆଲୋଚନା କରିଥିଲେ । କେନ୍ଦ୍ର ସରକାରଙ୍କ ତରଫରୁ ଆରମ୍ଭ ହୋଇଥିବା ଏହି ଜାତୀୟ ଅଭିଯାନକୁ ସୁଦୃଢ କରିବାକୁ ସମସ୍ତେ ସଚେତନ ହେବାକୁ ଗ୍ରାମୀଣ ଚାଷୀ ଓ ମହିଳା ଚାଷୀଙ୍କୁ ଆହ୍ୱାନ ତଥା ପରାମର୍ଶ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲାର ୬ଟି ବ୍ଲକର ଶତାଧିକ ଚାଷୀ ଓ ମହିଳା ଚାଷୀ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.