ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରହି : ପୁରୁଣା କଟକ ବିଜେପିର ସଜବାଜ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା ପୁରୁଣା କଟକ ମଣ୍ଡଳର ପ୍ରଥମ ବିଜେପି କାର୍ଯ୍ୟକରିଣୀ ବୈଠକ ମଣ୍ଡଳ ସଭାପତି ବାମନ ଚରଣ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତି ଯୋଗଦେଇ ଆଗାମୀ ଦିନରେ ଦଳର କାର୍ଯ୍ୟପନ୍ଥା ଓ ନୀତି ଆଦର୍ଶ ଉପରେ ଆଲୋକପାତ କରିଥିଲେ । ଆଜିର କାର୍ଯ୍ୟକାରିଣୀ ବୈଠକରେ ୭ ଗୋଟି ଚିଠା ଉପରେ ଆଗତ ହୋଇଥବା ପ୍ରସ୍ତାବ ଆଗତ କରାଯାଇ ସର୍ବସମ୍ବତି କ୍ରମେ ପ୍ରେରିତ ହୋଇଥିଲା । ବିଶେଷକରି ପୁରୁଣା କଟକର ୦୮ଟି ମଣ୍ଡଳର ସମସ୍ତ ପଂଚାୟତ ରାସ୍ତା ଘାଟ ମରାମତିରେ ବ୍ୟାପକ ଦୁର୍ନୀତି ଓ ପ୍ରିୟପ୍ରୀତି, ଜଳସେଚନ ସମସ୍ୟା, ଚାଷଜମିରେ ମରୁଡି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି, ଧାନର ଅଭାବି ବିକ୍ରି ଆଦି ସମସ୍ୟା ଉପରେ ଉପରେ ଆଲୋକପାତ କରାଯାଇଛି । ମଣ୍ଡଳ କାର୍ଯ୍ୟକରିଣୀ ୬୧ ଜଣିଆ ସଦସ୍ୟ ଯୋଗଦେଇ ଆଗାମୀ ସମୟରେ ଲୋକଙ୍କ ପାଖରେ ପହଞ୍ଚି ତାଙ୍କର ସବୁ ସମସ୍ୟା କିପରି ଦୂର ହେବ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ ନିଜ, ନିଜ ୱାର୍ଡ଼ରେ ଘରକୁ ଘର ବୁଲି ସମାଧାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମଣ୍ଡଳ ପ୍ରଭାରୀ ମାଗୁଣି ଗାଇଗରିଆ, ବରିଷ୍ଠ ନେତା ସୁଶାନ୍ତ ପ୍ରଧାନ ଅକ୍ଷୟ ସାହୁ, ପଛୁଆ ବର୍ଗ ସଭାପତି ପୂର୍ଣ ଚନ୍ଦ୍ର ଗାଈଗରିଆ, ପ୍ରେମାନନ୍ଦ ମିଶ୍ର, ସୁଶୀଲ ଦେହୁରୀ, ସୁବାଷ ପ୍ରଧାନ, ରବି ପ୍ରଧାନ, ଅଶୋକ ସେଠୀ, ପ୍ରବୀର ମହାର, ବୃନ୍ଦବନ ଦନ୍ତା, ଗରୁଡ ପ୍ରଧାନ, ନରିନେତ୍ରୀ ଶାନ୍ତିଲତା ଦନ୍ତା, ମାଧବ କଂହର, ପ୍ରମୁଖ ବିଜେପି ନେତୃବୃନ୍ଦ ଯୋଗଦାନ କରି ଦଳୀୟ କାର୍ଯ୍ୟକ୍ରମ ଉପରେ ସମସ୍ତଙ୍କ ସହଯୋଗ କମନା କରିଥିଲେ । ଆଗାମୀ ନିର୍ବାଚନରେ କିପିରି ବିଜେପି ତାର ଶକ୍ତି ଦେଖାଇବ ଏବେଠୁ ସଜବାଜ ହେବାର ଚର୍ଚ୍ଚା ଜୋର ଧରିଲାଣି ।

Leave A Reply

Your email address will not be published.