ଜିଲ୍ଲାପାଳଙ୍କ ଗୋପେଇପାଲି ସରକାରୀ ହାଇସ୍କୁଲ ପରିଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଗୋପେଇପାଲି ଗ୍ରାମର ସରକାରୀ ହାଇସ୍କୁଲକୁ ଆଜି ଜିଲ୍ଲାପାଳ ମୋନୀଷା ବାନାର୍ଜୀ ପରିଦର୍ଶନ କରିଥିଲେ । ରାଜ୍ୟ ସରକାରଙ୍କ ମୋ ସରକାର ୫ଟି ସ୍କୁଲ ଏବଂ ମୋ ସ୍କୁଲ ଯୋଜନାରେ ଅନ୍ତର୍ଭୁକ୍ତ ଗୋପେଇପାଲି ସରକାରୀ ହାଇସ୍କୁଲର ନବ ନିର୍ମିତ ୫ଟି ଆଇସିଟି ଲେବ, ଶ୍ରେଣୀ ଗୃହ, ହଲ୍ ଏବଂ ସ୍କୁଲର ପାରିପାର୍ଶ୍ବିକ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ । ନିର୍ମାଣ କାର୍ଯ୍ୟ ଧାର୍ଯ୍ୟ ତାରିଖ ମଧ୍ୟରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରିଦର୍ଶନ ସମୟରେ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ସମେତ ସ୍କୁଲ କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.