ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପଶ୍ଚିମ ଓଡ଼ିଶାରେ ରୁରାଲ ହାଉସିପ୍ସ ପ୍ରଦାନରେ କେନ୍ଦ୍ର ସରକାର ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ ହେଉଛି । ଫଳରେ ଏ ଅଞ୍ଚଳର ଲକ୍ଷ ଲକ୍ଷ ଗରିବ ହିତାଧିକାରୀ ଉକ୍ତ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଯଦ୍ୱାରା କି ସେମାନେ ପକ୍କା ଘର ଖଣ୍ଡିଏ ପାଇପାରୁ ନାହାନ୍ତି । କେନ୍ଦ୍ର ସରକାର ଉଦେଶ୍ୟ ମୂଳକ ଭାବେ ଉକ୍ତ ପୋର୍ଟାଲକୁ ବନ୍ଦ କରି ଦେଇଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ବିଧାୟକ ଓ ମନ୍ତ୍ରୀ ମାନେ ଅଭିଯୋଗ କରିଛନ୍ତି । ଅଗ୍ରଗାମୀ ଯୁବକ ସଂଘ ଠାରେ ଅନୁଷ୍ଠିତ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ପକ୍କା ଘର ପାଇବାର ଅନେକ ଯୋଗ୍ୟ ହିତାଧିକାରୀଙ୍କ ଆଧାର କାର୍ଡକୁ ସିଜ କରି ଦିଆଯାଇଛି । ଫଳରେ ସେମାନେ ତାଙ୍କ ହକ୍ ପାଇବାରୁ ବଞ୍ଚିତ ହେଉଛନ୍ତି । ରାଜ୍ୟ ସରକାର ଏ ସଂକ୍ରାନ୍ତରେ ଅନେକ ଥର କେନ୍ଦ୍ର ସରକାରଙ୍କୁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ । ଫଳରେ ଆସନ୍ତା ଦିନରେ ବିଜେଡି ପକ୍ଷରୁ ବ୍ଲକ ସ୍ତରରୁ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି । ଉକ୍ତ ପ୍ରେସ ମିଟ୍ରେ ରାଜ୍ୟ ସରକାରଙ୍କ ଅର୍ଥ ମନ୍ତ୍ରୀ ତଥା ବିଜେଡ଼ି ବରଗଡ଼ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ନିରଞ୍ଜନ ପୂଜାରୀ, ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଉପସ୍ଥିତ ଥିଲେ ।
Prev Post