ବାଳିକା ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ କୋଭିଡ ନିୟମ ପାଳନ କରି ସଂସ୍କୃତ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଥମେ ଏକ ଶାନ୍ତି ହୋମ ଯଜ୍ଞ ମୁଖ୍ୟ ଅତିଥି ସେବାଶ୍ରୀ ଭୋଇ, ବରଗଡ଼ର ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କର କମଳରେ କରାଯାଇଥିଲା । ଆଚାର୍ଯ୍ୟ ବାଚସ୍ପତି ଓ ତାଙ୍କର ଦୁଇ ଶିଷ୍ୟ ଏହି ହୋମ କାର୍ଯ୍ୟ କରିଥିଲେ । ପରେ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ସୁରେଶ ଚନ୍ଦ୍ର ଚୌହାନଙ୍କ ସଭାପତିତ୍ୱରେ ଏକ ସଭା ଆୟୋଜିତ ହୋଇଥିଲା । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ଓ ଅବସରପ୍ରାପ୍ତ ଶିକ୍ଷକ ବୃନ୍ଦାବନ ଦାଶ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ସଭାରେ ଶ୍ରୀମତୀ ଭୋଇ ସଂସ୍କୃତର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ ଆଲୋଚନା କରିଥିଲେ । ବିଦ୍ୟାଳୟର ଶିକ୍ଷିକା ମିନତୀ ଦାଶ ଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ଏହି ସଭାରେ ଶିକ୍ଷକ ଚିନ୍ତାମଣୀ ସାହୁ, ଜୀବନାନନ୍ଦ ସାହୁ, ମାନସ ରଞ୍ଜନ ଶତପଥୀ, ଦୀପ୍ତିକାନ୍ତ ମଲ୍ଲିକ, ବିଭୁତି ଶତପଥି ଓ ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନାରାଣୀ ସାହୁ, ନିଳିମାରଣୀ ମହାନ୍ତି, ପ୍ରଭାତୀ ପଟ୍ଟନାୟକ, ବାସନ୍ତି ସାହୁ, ଜ୍ୟୋତିରେଖା ମହନନ୍ଦ ଉପସ୍ଥିତ ଥିଲେ । ସଭା କାର୍ଯ୍ୟରେ ଦୁଷ୍ମନ୍ତ ଛତ୍ତର, ନନ୍ଦିନୀ ବାଗ, କମଳା କୁମ୍ଭାର ସହାୟତା କରିଥିଲେ । ପରିଶେଷରେ ସୁରେନ୍ଦ୍ର କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଏହି ଅବସରରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା ।

Leave A Reply

Your email address will not be published.