ଆହତ ଅସହାୟ ମାନସିକ ବିକୃତ ମହିଳା ଉଦ୍ଧାର

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ଦୁର୍ଘଟଣାର ଶିକାର ହୋଇ ରାସ୍ତାକଡରେ ପଡିରହି ଯନ୍ତ୍ରଣାରେ ଛଟପଟ ହେଉଥିବା ଏକ ଅସହାୟ ମାନସିକ ବିକୃତ ମହିଳାଙ୍କୁ ପୋଲିସ ଓ ଶିଶୁ ବିକାଶ ଅଧିକାରୀଙ୍କ ଉପସ୍ଥିତରେ ଉଦ୍ଧାର କରାଯାଇଥିବା ଜଣାପଡିଛି । ପ୍ରକାଶ ଯେ, ଗଞ୍ଜାମ ଅଞ୍ଚଳରେ ଏକ ଅସହାୟ ମାନସିକ ବିକୃତ ମହିଳା ବୁଲୁଥିବା ବେଳେ କୌଣସି ଏକ ଦୁର୍ଘଟଣାର ଶିକାର ହୋଇ ବାମ ହାତରେ ଗଭୀର ଆଘାତ ଲାଗିବା ସହ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଯୋଗୁଁ ଯନ୍ତ୍ରଣା ଭୋଗୁଥିଲେ । ସହରର କୈବର୍ତ୍ତ ସାହି ସ୍ଥିତ ସାତଭଉଣୀ ମନ୍ଦିରନିକଟରେ ପଡିରହିଥିଲେ । ସ୍ଥାନୀୟ ବ୍ୟକ୍ତି ଦେଖି ସ୍ୱେଚ୍ଛାସେବୀ ବସନ୍ତ ସାହୁ ଓ ସରପଞ୍ଚ ଜି.ସନ୍ତୋଷ ରେଡି, ପୂର୍ବତ୍ତନ କାଉନସିଲର ତଥା ଭରସା ଅନୁଷ୍ଠାନର ସମ୍ପାଦକ ଦୁର୍ଗାମାଧବ ପାଣିଗ୍ରାହୀଙ୍କୁ ଖବର ଦେବାପରେ ଭରସାର ସଂପାଦକ ଦୁର୍ଗା ମାଧବ ପାଣିଗ୍ରାହୀ, ବଳରାମ ବେହେରା ପହଞ୍ଚି ଶିଶୁବିକାଶ ଅଧିକାରିଣୀ ସଲୀଳା ପ୍ରଧାନ ଓ ଆଇଆଇସି ଶୁଭେନ୍ଦୁ କୁମାର ସାହୁଙ୍କୁ ଜଣାଇଥିଲେ । ପରେ ୧୦୮ ଆମ୍ବୁଲାନ୍ସକୁ ଡକାଇ ଚିକିତ୍ସା ପାଇଁ ଗଞ୍ଜାମ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଆହତ ମହିଳାଙ୍କ ଘର ମାଧପୁର ଓ ତାଙ୍କ ପରିବାର ଲୋକେ ପରେ ଆସିଥିବା ଜଣାପଡିଛି ।

Leave A Reply

Your email address will not be published.