csstore

ସାଂସୃତିକ ମଞ୍ଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ଗଞ୍ଜାମ ସାଂସ୍କୃତିକ ମଞ୍ଚର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୁରୁଣାବନ୍ଧ ଗ୍ରାମ ସ୍ଥିତ ଋଷିକୂଲ୍ୟା ମୁହାଁଣ ନିକଟସ୍ଥ ମା’ ଗଙ୍ଗାଦେବୀ ପୀଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଚ ଉପଦେଷ୍ଟା ଉମାକାନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ସହରାଞ୍ଚଳର ନୂତନ କଳାକାର ମାନଙ୍କୁ ଚୟନ କରି ସେମାନଙ୍କୁ ରଙ୍ଗମଞ୍ଚରେ ସୁଯୋଗ ଦେଇ ସେମାନଙ୍କ ନିକଟରେ ରହିଥିବା ପ୍ରତିଭାକୁ ପ୍ରସ୍ଫୁଟିତ କରିବା ଏବଂ ସ୍ଥାନୀୟ କଳାକାର ମାନଙ୍କୁ ପ୍ରୋତ୍ସାହନ ଦେବାକୁ ମତ ପ୍ରକାଶ ପାଇଥିଲା ।
ନାଟ୍ୟ ନିର୍ଦେଶକ ତଥା ଅଧ୍ୟାପକ ଡ଼. ଗୌରୀ ଶଙ୍କର ଶତପଥୀ, ମଞ୍ଚ ସଭାପତି ଶବର କୁମାର ତରାଇ, ଉପଦେଷ୍ଟା ସୁଧିର କୁମାର ପାଢୀ, ଗୌରୀ ଶଙ୍କର ବାରିକ, ସନାତନ ବେହେରା ମ୍ୟାନେଜର ଡ଼ି. ଗୋବିନ୍ଦ ରେଡି, ବିଦ୍ୟାଧର ସାହୁ, ରାକେଶ ରଞ୍ଜନ ଦାଶ, ହରିହର ବିଶ୍ୱାଳ, ନିରଞ୍ଜନ ପରିଡା, ମନୋଜ ପ୍ରଧାନ, ଅରୁଣ କୁମାର ରାଉଳ, ପ୍ରଫୁଲ ସାହୁ, ହରିହର ବାରିକ, କାର୍ତ୍ତିକ ତାରଇ, ପପୁ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସ୍ଥାନୀୟ ଅଞ୍ଚଳରେ କଳା ସଂସ୍କୃତିର ବିକାଶ ପାଇଁ ନିଜର ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ ।

jayashree
Leave A Reply

Your email address will not be published.