କୁମ୍ଭାରୀ କୃଷି ସମବାୟ ସମିତି ସମ୍ପାଦକଙ୍କ ଘରେ ଭିଜିଲାନ୍ସ ଚଢାଉ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରପାଲି ବ୍ଲକ ଅନ୍ତର୍ଗତ କୁମ୍ଭାରୀ କୃଷି ସମବାୟ ସମିତିର ସମ୍ପାଦକ ଗୈାର ଚନ୍ଦ୍ର ବୁଦ୍ଧିଆଙ୍କ ଘରେ ଏବଂ ତାଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇ ୮୭.୫ ଲକ୍ଷ ଟଙ୍କାର ସମ୍ପତ୍ତି ତଦନ୍ତ ପରିସରଭୁକ୍ତ କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଆଜି ଚଢାଉ କରିଥିଲେ । ସମ୍ବଲପୁର ଭିଜିଲାନ୍ସ ଏସ୍‌ପି ସାରା ଶର୍ମାଙ୍କ ନିର୍ଦ୍ଦେଶନାରେ ବରଗଡ଼ ଭିଜିଲାନ୍ସ ବିଭାଗ ଡିଏସ୍‌ପି ଦାଶରଥି ସେଠୀଙ୍କ ନେତୃତ୍ୱରେ ଦୁଇଟି ଟିମ୍ ଏକ କାଳୀନ ତାଙ୍କ କୁମ୍ଭାରୀ ସ୍ଥିତ ବାସଭବନରେ ଏବଂ କୃଷି ସମବାୟ ସମିତି କାର୍ଯ୍ୟାଳୟରେ ଚଢ଼ାଉ କରିଥିଲେ । ଏପର୍ଯ୍ୟନ୍ତ ତଦନ୍ତ ଜାରି ରହିଛି । ତେବେ ଏପର୍ଯ୍ୟନ୍ତ ମିଳିଥିବା ସୂଚନା ମୁତାବକ ଦୁଇ ମହଲା କୋଠାଘର, ୨୬.୩୧ ଲକ୍ଷ ଟଙ୍କା ବ୍ୟାଙ୍କ ଜମା, ୧.୯୮ ଲକ୍ଷ ଟଙ୍କାର ଏଲ୍‌ଆଇସି ଜମା, ୨ଟି ଘର ପ୍ଲଟ ଜମିବାଡ଼ି ସମ୍ପର୍କିତ କାଗଜପତ୍ର, ୩ଟି ଟୁ ଓ୍ବିଲରକୁ ତଦନ୍ତ ପରିସରଭୁକ୍ତ କରିଥିବା ଜଣାପଡିଛି ।

jittmm
Leave A Reply

Your email address will not be published.