oom

କରୋନା ସଚେତନତା ଓ ମାକ୍ସ ବଣ୍ଟନ

jsmm

ବରଗଡ଼, (ନିରୋଜ କୁମାର ପାଣୀ) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଗୋଡଭଗା ସାରସ୍ୱତ ମହାବିଦ୍ୟାଳୟରେ ୩୦୦ ଜଣ ଛାତ୍ରଛାତ୍ରୀ ମାନଙ୍କୁ ସଚେତନତା ଓ ମାକ୍ସ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ଜନ କଲ୍ୟାଣ ସେବା ଟ୍ରଷ୍ଟର ସମ୍ବଲପୁର ମହିଳା ପ୍ରମୁଖ ଶ୍ରୀମତୀ ସୁଷମା ସାହୁ, ଅବସର ଇଣ୍ଡିଏନ ଆର୍ମୀ ସପ୍ତସିନ୍ଧୁ ପ୍ରଧାନ, ଜନ କଲ୍ୟାଣ ସେବା ଟ୍ରଷ୍ଟର ସୂଚନା ଲୋକସମ୍ପର୍କ ଅଧିକାରୀ ଡକ୍ଟର ଅଜିତ କୁମାର ନାଥ, ଅନୁଷ୍ଠାନର ସଭାପତି ମୁକୁନ୍ଦ ଦାଶ ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଅଧ୍ୟାପିକା ଉପସ୍ଥିତ ରହି ସଚେତନ କରିଥିଲେ । ଏହା ସହିତ କରୋନା ଯୋଦ୍ଧା ସମ୍ମାନ ଭାବେ ଜଣା ଶୁଣା ସାମ୍ବାଦିକ ତଥା ସମାଜସେବୀ ଉପେନ୍ଦ୍ର ପଣ୍ଡାଙ୍କୁ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ କରାଯିବା ସହ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଗୋଶାଲାର ଜଣା ଶୁଣା ସାମାଜିକ କର୍ମୀ ମନଜିତ କୌର, ବାଳକୃଷ୍ଣ ସାହୁ ଓ ମହାବିଦ୍ୟାଲୟର ସମସ୍ତ କର୍ମଚାରୀମାନେ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।ଏହା ସହିତ ଭେକ୍ସସିନ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ଓ ସମସ୍ତେ ଭେକ୍ସିନ ନେବା ପାଇଁ ସଚେତନତା କରାଯାଇଥିଲା । ଶେଷରେ ବାଳକୃଷ୍ଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.