pr

କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ କେଶରୀୟା ହିନ୍ଦୁ ବାହିନୀର ୪ ଦଫା ଦାବୀପତ୍ର ପ୍ରଦାନ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ଗତକାଲି ବଲାଙ୍ଗିର ଗସ୍ତ ସମୟରେ କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗିର ଜିଲ୍ଲା ତରଫରୁ ରାଜ୍ୟ ସଭାପତି ସନ୍ତୋଷ ଭୋଳଙ୍କ ନେତୃତ୍ୱରେ ଏକ ଟିମ୍ ସର୍କିଟ ହାଉସ ଠାରେ ମାନ୍ୟବର ମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ ବଲାଙ୍ଗିର ଜିଲ୍ଲାର ରେଳ ବିଭାଗର ବିଭିନ୍ନ ସମସ୍ୟାକୁ ନେଇ ଏକ ୪ ଦଫା ଦାବୀପତ୍ର ପ୍ରଦାନ କରାଯାଇଛି ।

ଏହି ଦାବୀପତ୍ରରେ ମୁଖ୍ୟତଃ ବଲାଙ୍ଗିର ଖୋର୍ଦ୍ଧା ରେଳ ଲାଇନ୍ କାମକୁ ତ୍ୱରାନ୍ୱିତ କରାଯିବା, କଣ୍ଟାବାଞ୍ଜି ଠାରେ ରେଳ ୱାଗନ କାରଖାନାର ପ୍ରତିଷ୍ଠା ଏବଂ ବଲାଙ୍ଗିରରୁ ସିଧାସଳଖ ଦିଲ୍ଲୀ ଓ ପ୍ରୟାଗରାଜ (ଏଲ୍ଲାବାଦ୍)କୁ ଟ୍ରେନ ଚଳାଚଳ ବିଷୟରେ ଉଲ୍ଲେଖ କରାଯାଇଥିବା ବେଳେ ଜିଲ୍ଲା ସଭାପତି ପ୍ରଦୀପ ତ୍ରିପାଠୀ, ଜିଲ୍ଲା ବରିଷ୍ଠ ଉପାଧ୍ୟକ୍ଷ ଶଙ୍କର୍ଷଣ ଆଚାର୍ୟ୍ୟ, ରାଜ୍ୟ କୋଷାଧ୍ୟକ୍ଷ ସୁଶୀଲ ସାହୁ, ଜିଲ୍ଲା ପ୍ରଭାରୀ ଶଙ୍କର୍ ଅଗ୍ରୱାଲ, ପ୍ରଦୀପ ସାହୁ, ପ୍ରଶାନ୍ତ ମିଶ୍ର, କବି ସାହୁ ସୈଳେନ୍ଦ୍ର ନାଏକ, ଜିଲ୍ଲା ସଚିବ ହରେକୃଷ୍ଣ ବେହେରା, ଲୋଇସିଂହା ବ୍ଲକ୍ ଉପସଭାପତି ନେପାଳ ଶା, ବ୍ଲକ୍ ସଂଗଠନ ମହାମନ୍ତ୍ରୀ ସୀତାରାମ ପ୍ରଧାନ, ସଇଁନ୍ତଲା ବ୍ଲକ୍ ସଭାପତି ଚନ୍ଦ୍ରଭାନୁ ପ୍ରଧାନ, ଜିଲ୍ଲା ପ୍ରବକ୍ତା ଦେବାନନ୍ଦ ନାୟକ, ପ୍ରଶାନ୍ତ ସାହୁ, ରାଜୁ ନାଏକ ପ୍ରମୁଖ ଦାବୀପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.