csstore

ରେଳମନ୍ତ୍ରୀଙ୍କ ରୋଡ ଶୋ କାର୍ଯ୍ୟକ୍ରମକୁ କଳା ପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିବା ଯୋଜନା ପୂର୍ବରୁ ପାଟଣାଗଡ଼ କଂଗ୍ରେସ କର୍ମୀ ଅଟକ

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସି ଜନ ଆର୍ଶିବାଦ କାର୍ଯ୍ୟକ୍ରମ ପାଇଁ କଣ୍ଟାବାଞ୍ଜିରୁ ପାଟଣାଗଡ଼ ରାସ୍ତା ଦେଇ ବଲାଙ୍ଗିର ଯିବାର କାର୍ଯ୍ୟକ୍ରମ ରହିଥିଲା । ତେବେ ପାଟଣାଗଡରେ ମନ୍ତ୍ରୀଙ୍କ ରୋଡ଼ ଶୋ କାଯ୍ୟକ୍ରମ ରହିଥିବା ନେଇ କଂଗ୍ରେସ କର୍ମୀ ମାନେ କଳା ପତାକା ଦେଖାଇ ବିକ୍ଷୋଭ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରଖିଥିବା ବେଳେ କୌଣସି ସୁତ୍ରରୁ ପୋଲିସ ଖବର ପାଇ ରାମପୁର ଠାରୁ ପାଟଣାଗଡ଼ ବ୍ଳକ କଂଗ୍ରେସ ସଭାପତି ନୀଳାଚଳ ପ୍ରଧାନ, ପିପିସି ସଭ୍ୟ ଅନୀଲ ମେହେର, ଯୁବ କଂଗ୍ରେସ ସଭାପତି ଚନ୍ଦନ ସାହୁ, ବେଣୁଧର ସାହୁ, ଅଶ୍ଵିନୀ କହ୍ନେର, ରିଙ୍କୁ ପୃଷ୍ଟି, ତରୁଣ ବନଛୋର ପ୍ରମୁଖଙ୍କୁ ଥାନାରେ ଅଟକ ରଖିଥିବା ଜଣାପଡିଛି ।

jayashree
Leave A Reply

Your email address will not be published.