csstore

ଜିଲ୍ଲା ସ୍ଵୟଂ ସହାୟକ ଗୋଷ୍ଠୀ ବିକ୍ରୟ କେନ୍ଦ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଜିଲ୍ଲା ସ୍ଵୟଂ ସହାୟକ ଗୋଷ୍ଠୀ ବିକ୍ରୟ କେନ୍ଦ୍ର, ଟିଟିଲାଗଡ ରୋଡଠାରେ ଏକ ଅସ୍ଥାୟୀ ରାକ୍ଷୀ କିଓଷ୍କ୍‌ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଓଡିଶା ଜୀବିକା ମିଶନ, ମିଶନ ଶକ୍ତି, ଓର୍‌ମାସ ଏବଂ ଜିଲ୍ଲା ପ୍ରଶାସନ, ବଲାଙ୍ଗିର ସହାୟତାରେ ତା ୧୮/୦୮/୨୦୨୧ ରିଖରେ ଖୋଲାଯାଇଅଛି । ଉକ୍ତ ରାକ୍ଷୀ କିଓଷ୍କ୍‌ଟି ଶିବଶକ୍ତି ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ପାଞ୍ଚଦିନ ଧରି ତା ୧୮/୦୮/୨୦୨୧ ରୁ ୨୨/୦୮/୨୦୨୧ ପର୍ଯ୍ୟନ୍ତ ପରିଚାଳିତ ହେବ ଏବଂ ଜିଲ୍ଲାର ଅନ୍ୟାନ୍ୟ ସ୍ଵୟଂ ସହାୟକ ଗୋଷ୍ଠୀ ଯଥା ଗାୟତ୍ରୀ, ମା’ ଶ୍ଵେତାମ୍ବରୀ, ମା’ ମଙ୍ଗଳା, ମା’ ଶକ୍ତି ସ୍ୱରୂପା, ଶୁଭଶ୍ରୀ ଓ ଅନ୍ୟାନ୍ୟ ଗୋଷ୍ଠୀ ସହଯୋଗ କରିବେ । ଉକ୍ତ ରାକ୍ଷୀ କିଓଷ୍କ୍‌ଟି ସୁଶାନ୍ତ କୁମାର ସିଂହ, ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ବଲାଙ୍ଗିର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ବଲାଙ୍ଗିର ଦ୍ଵାରା ଉଦ୍‌ଘାଟନ କରାଗଲା ଏବଂ ସେହି କାର୍ଯ୍ୟକ୍ରମରେ କମଳେନ୍ଦୁ ପଲ, ଯୁଗ୍ମ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଓର୍‌ମାସ ତଥା ଜିଲ୍ଳା ପ୍ରକଳ୍ପ ସଂଯୋଜକ ଓଡିଶା ଜୀବିକା ମିଶନ, ଚିନ୍ମୟ ତ୍ରୀପାଠୀ ବିପିସି ମିଶନ ଶକ୍ତି ବଲାଙ୍ଗିର ଏବଂ ଜିଲ୍ଳାର ଅନ୍ୟାନ୍ୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ । ଉକ୍ତ ରାକ୍ଷୀ କିଓଷ୍କ୍‌ର ମୁଖ୍ୟ ଉଦ୍ଦେଶ୍ୟ ହେଲା ଜିଲ୍ଲାର ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ୱାରା ହାତ ପ୍ରସ୍ତୁତି ରାକ୍ଷୀ ସୁଲଭ ମୂଲ୍ୟରେ ଗୋଟିଏ ସ୍ଥାନରେ ସର୍ବସାଧାରଣ ପାଇପାରିବେ ।

jayashree
Leave A Reply

Your email address will not be published.