ସଂଗ୍ରାମ ସ୍ପୋର୍ଟସ କ୍ଲବର ଆଧୁନିକ ଜିମ୍ ବିଧାୟକଙ୍କ ଦ୍ୱାରା ଉଦ୍‌ଘାଟିତ

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଯୋଗ ଓ ବ୍ୟାୟାମର ଆବଶ୍ୟକତା ରହିଛି । ରୋଗମୁକ୍ତ ରହିବା ନିମନ୍ତେ ସମସ୍ତେ ସୁଷମ ଖାଦ୍ୟପେୟ ସାଂଗକୁ ନିୟମିତ ବ୍ୟାୟାମ କରିବା ଆବଶ୍ୟକ । ବ୍ୟାୟାମ କରିବା ଦ୍ୱାରା କେବଳ ସୁନ୍ଦର ସ୍ୱାସ୍ଥ୍ୟ ଗଢି ହୁଏ ତାହା ନୁହେଁ ବରଂ ଏହା କରିବା ଦ୍ୱାରା ନିଜକୁ ଫିଟ୍ ରଖି ହୁଏ । ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଛତ୍ରପୁର ସଂଗ୍ରାମ ସ୍ପୋର୍ଟସ କ୍ଲବ ପରିସରରେ ବିଧାୟକଙ୍କ ନିଜସ୍ୱ ପାଣ୍ଠିରୁ ୨ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ଧରଣର ଜିମ୍‌ର ଆନୁଷ୍ଠାନିକ ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ କର କମଳରେ ଉଦଘାଟନ ହୋଇଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ତଥା ସଂଗ୍ରାମ ସ୍ପୋର୍ଟସ୍ କ୍ଲବର ସଭାପତି ଏମ୍. ଧନଞ୍ଜୟ ରେଡ୍ଡି, ରୋଟାରୀ କ୍ଲବର ପୂର୍ବତନ ସଭାପତି ପ୍ରଫୁଲ କୁମାର ପଟ୍ଟନାୟକ, କେ.ବାସୁଦେବ ରାଓ, ଶିକ୍ଷାବିତ ତଥା କ୍ରୀଡାବିତ ବିଘ୍ନେଶ୍ୱର ରଥ, ଯୁବ ବିଜେଡିର ଛତ୍ରପୁର ସହରାଞ୍ଚଳ ଯୁବ ବିଜେଡିର ସଭାପତି ଟି. ଚନ୍ଦ୍ର ଶେଖର ରାଓ, ପୂର୍ବତନ କାଉନସିଲର କିଶୋର ଚନ୍ଦ୍ର ସେନାପତି ଓ ବି. ରାଜିବାବୁ, ଅହିଭୂଷଣ ସାହୁ, ମଧୁସୁଦନ ସାହୁ, ଶଙ୍କର ଚକ୍ଷୁ ଚିକିତ୍ସାଳୟର ଉପଦେଷ୍ଟା ଆଇନଜୀବୀ ବି. ଶ୍ରୀନିବାସ, ଯୁବ ନେତା ଅଟଳ ବିହାରୀ ପଟ୍ଟନାୟକ, ଇ. ୟୋଗୀ, ଏନ.ଗିରିଧର ରାଓଙ୍କ ସମେତ ସଂଗ୍ରାମ ସ୍ପୋର୍ଟସ କ୍ଲବର ସମସ୍ତ ସଭ୍ୟ ଓ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଉଦଘାଟନୀରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.